ସୋର :: ସଡକ ଦୁର୍ଘଟଣାରେ ଦୁଇ ଯାତ୍ରାକଳାକାର ସମେତ ଜଣେ ୫ବର୍ଷର ନାବାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଗୋପାଳପୁର ଇଞ୍ଚୁଡି ଠାରେ ଯାତ୍ରା ସାତରଂଙ୍ଗ ଯାତ୍ରା ପରିବେଷଣ କରୁଛି।ଆଜି ଅପରାହ୍ଣରେ ଏଥିରେ ନୃତ୍ୟ କଳାକର ଭଦ୍ରକ ଜିଲା ଚାନ୍ଦବାଲିର ପ୍ରଭାତ ମଳିକ(୪୦)ତାଙ୍କ ପାଞ୍ଚବର୍ଷର ପୁଅ ଜଗା ମଳିକ ଓ ଲାଇଟ ଅପରେଟର ଭଣ୍ଡାରିପୋଖରୀ ଅଞ୍ଚଳର ବଳରାମ ଜେନା (୩୬) ଏକ ବାଇକ ଯୋଗେ ଘରୁ ଗୋପାଳପୁର ଇଞ୍ଚୁଡି ଅଭିମୁଖେ ଆସୁଥିଲେ। ବାତ୍ୟା ମୋନ୍ଥା ପ୍ରଭାବରେ ହେଉଥିବା ବର୍ଷା କାରଣରୁ ବାହାନଗା ନିକଟରେ ଏକ ଅଜଣା ଗାଡି ଧକ୍କା ମାରିଥିଲା। ସମସ୍ତେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ୧୦୮ ଆମ୍ବଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ସମସ୍ତଙ୍କ ଅବସ୍ଥା ଶୋଚନୀୟ ଥିବାରୁ ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।
ବ୍ୟୁରୋ ରିପୋର୍ଟ : ସୋର ନ୍ୟୁଜ୍
