ସିମୁଳିଆ : କାହିଁକି ଆତ୍ମହତ୍ୟା କଲେ ଉଦ୍ୟାନ ବିଭାଗର କାର୍ଯ୍ୟ ନିରୀକ୍ଷକ ? କେଉଁ କାରଣ ପାଇଁ ପିଇ ଦେଲେ ବିଷ। ଅଫିସରେ କିଛି ପ୍ରେସର ନା ପାରିବାରିକ କଳହ। କେଉଁ କାରଣ ପାଇଁ ଜୀବନ ହାରିଲେ ଉଦ୍ୟାନ ବିଭାଗର କାର୍ଯ୍ୟ ନିରୀକ୍ଷକ। ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଉଦ୍ୟାନ ବିଭାଗରେ ଦୀର୍ଘ ଦିନ ଧରି କାର୍ଯ୍ୟ ନିରୀକ୍ଷକ ଭାବେ ଡମ୍ବରୁଧର ନାୟକ କାର୍ଯ୍ୟ କରୁଥିଲେ। ସୂଚନା ଅନୁଯାୟୀ ଗତକାଲି ଭଡ଼ା ଘରେ ଶୋଇଥିବା ଅବସ୍ଥାରେ ବାନ୍ତି କରିଥିଲେ। ପରିବାର ଲୋକ ଅଟୋ ସାହାଯ୍ୟରେ ତାଙ୍କୁ ସିମୁଳିଆ ମେଡ଼ିକାଲକୁ ନେଇଯାଇଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯାହା ଆଲୋଚନା ହେଉଛି ଯେ ୧୦ଲକ୍ଷ ଟଙ୍କା ତାଙ୍କ ନିକଟରୁ ବିଭାଗ ପୁନରୁଦ୍ଧାର କରିବା ପାଇଁ ଚିଠି ଆସିଥିଲା। ତେଣୁ ଯଦିଓ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ମନ୍ତବ୍ୟ ଦେଇନାହାନ୍ତି। ତେବେ ପରବର୍ତ୍ତୀ ସମୟରେ ଏହାର ପ୍ରକୃତ କାରଣ ଜଣାପଡିବ। ଏହାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛନ୍ତି।
