ସୋରରେ ଇଦ୍ ଉଲ୍ ଫିତର ପାଳିତ।

ନିଳାଦ୍ରୀ ନ୍ୟୁଜ୍: (ସୋର) ଆଜି ହେଉଛି ମୁସଲମାନ ଭାଇ ମାନଙ୍କର ବଡ଼ ପର୍ବ ଇଦ୍। ଇଦ୍ ପାଇଁ ଚଳଚଞ୍ଚଳ ହୋଇଛି ସବୁ ମସଜିଦ ଓ ଇଦଗା ପଡିଆ। ଭାଇଚାରାର ସହର ସୋରରେ ମଧ୍ୟ ସକାଳୁ ସକାଳୁ ନମାଜ ପାଠ ପାଇଁ ବିଭିନ୍ନ ମସଜିଦରେ ଭିଡ଼ ଦେଖିବାକୁ ମିଳିଥିଲା । ଆଜି ପୌରପାଳିକା ଅନ୍ତର୍ଗତ ଇଦଘା ପଡିଆରେ ସମୂହ ନମାଜ ପାଠ କରାଯାଇଥିଲା।ସମୂହ ନମାଜ ପାଠ ପରେ ସମସ୍ତେ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକ ଜଣାଇଥିଲେ। ଇଦ୍ ଏକ ଆରବୀ ଶବ୍ଦ ଯାହାର ଅର୍ଥ ଆନନ୍ଦ ଉତ୍ସବ ଓ ଫିଦର ବା ଫିତ୍ରର ଅର୍ଥ ହେଲା ଉପବାସ ଭାଙ୍ଗିବା। ମୁସଲମାନ୍ ସମ୍ପ୍ରଦାୟର ଲୋକମାନେ ଏକ ମାସ ଉପବାସ ରଖିବା ପରେ ଗତକାଲି ଜହ୍ନ ଦେଖିସାରିବା ପରେ ଆଜି ଇଦୁଲଫିତର୍ ପାଳନ କରିଛନ୍ତି । ଆଜି ସକାଳେ ପ୍ରାୟ ୩ହଜାରରୁ ଉର୍ଦ୍ଧ୍ବ ମୁସଲମାନ୍ ଭାଇମାନେ ସୋର କୋର୍ଟ ଛକ ସ୍ଥିତ ଇଦ୍ଘା ପଡିଆ ନିକଟରେ ପହଞ୍ଚି ସମୁହ ନମାଜ ପାଠ କରିଥିଲେ । ପରସ୍ପରକୁ ଇଦ ମୁବାରକ୍ ଜଣାଇବା ପରେ କାଜି ମହଲା ଏବଂ ପଠାଣ ମହଲା ମସ୍ଜିଦ୍ ରେ ନମାଜ ପାଠ କରାଯାଇଥିଲା । ଏଥିରେ ବାଲେଶ୍ୱର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନିରଞ୍ଜନ ବେହେରା, ଅତିରିକ୍ତ ତହସିଲଦାର କୃଷ୍ଣମୋହନ ସିଂହ, ସଦର ଏସ୍ଡ଼ିପିଓ ଶୁଭ୍ରାଂଶୁ ଶେଖର ନାୟକ, ସୋର ଥାନାଧିକାରୀ ମୁକୁନ୍ଦ ମୁରାରୀ ପାତ୍ର ଓ ଅନନ୍ତପୁର ଥାନାଧିକାରୀ ସରୋଜ ଦାଶଙ୍କ ନେତୃତ୍ୱରେ ତିନି ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ କରାଯାଇ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

Leave a Reply

Your email address will not be published. Required fields are marked *