ଖଇରା/ ସିମୁଳିଆ(ନିଳାଦ୍ରୀ ନ୍ୟୁଜ୍) ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଖଇରା ଥାନା ଅନ୍ତର୍ଗତ ବର୍ତ୍ତନା, ହରିପୁର ଏବଂ ସିମୁଳିଆ ଥାନା ଅନ୍ତର୍ଗତ ଈଶ୍ୱରପୁର ଓ ହାଟୁଆରୀ ଗ୍ରାମରେ ଚଢ଼ାଉ କରାଯାଇ ୧୨୦ ଲିଟର ଦେଶୀ ରନ୍ଧା ମଦ, ୫.୪୦୦ ଲିଟର ବିଦେଶୀ ମଦ ଏବଂ ଗୋଟିଏ ମୋଟର ସାଇକେଲ ଜବତ କରାଯିବା ସହିତ ବର୍ତ୍ତନା ଗ୍ରାମର ବିଜୟ ଦାସ, ଈଶ୍ୱରପୁର ଗ୍ରାମର ହରିଶ ଚନ୍ଦ୍ର ବେହେରା, ହାଟୁଆରୀ ଗ୍ରାମର ଅନନ୍ତ ଚରଣ ଦାସ ଓ ସୋସ ଥାନା ଅନ୍ତର୍ଗତ ଅନ୍ଧାରି ଗ୍ରାମର ଭୀମ ମୁର୍ମୁ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଜବତ ହୋଇଥିବା ମଦ ଓ ମୋଟର ସାଇକେଲର ଆନୁମାନିକ ମୂଲ୍ୟ ୦୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ଖଇରା ଅବକାରୀ ଥାନା ସହ ଉପ-ନିରୀକ୍ଷକ ଦୀପିକା ପରିଡ଼ା ଓ କନେଷ୍ଟବଳ ଦେବାଶିଷ ମଲ୍ଲିକ ପ୍ରଭୃତି ସାମିଲ ଥିଲେ । ଏନେଇ ଖଇରା ଅବକାରୀ ଥାନା ପକ୍ଷରୁ ୦୪ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।
