ନିଳାଦ୍ରୀ ନ୍ୟୁଜ୍ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଥାନା ୬୦ନଂ ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ରାସ୍ତା ଉପରେ ଛିଡ଼ା ହୋଇଥିବା ଧାନ ବୋଝେଇ ଟ୍ରକ ପଛପଟୁ ଧକ୍କା ଦେଲା ଦ୍ରୁତ ଗତିରେ ଆସୁଥିବା ଡଲଫିନ ନାମକ ଯାତ୍ରୀବାହି ବସ। ଡ୍ରାଇଭର ଏବଂ ହେଲ୍ପର ମୃତ୍ୟୁ ବରଣ କରିଥିବା ବେଳେ ବସରେ ଥିବା ୭ଯାତ୍ରୀ ଗୁରୁତର ଅବସ୍ଥାରେ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ରାସ୍ତା ଉପରେ ଏକ ଧାନ ବୋଝେଇ ଟ୍ରକଟି ଯାନ୍ତ୍ରିକ ତ୍ରୁଟି ପାଇଁ ଛିଡା ହୋଇଥିଲା ବେଳେ ବିଳମ୍ବିତ ରାତିରେ ଢେଙ୍କାନାଳ ନୃସିଂହପୁରରୁ କଲିକତା ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ଡଲଫିନ ନାମକ ଯାତ୍ରୀବାହୀ ବସଟି ଭାରସାମ୍ୟ ହରାଇ ଟ୍ରକ ପଛ ପଟୁ ଧକ୍କା ଦେଇଥିଲା। ଧକ୍କା ଦେବା ଫଳରେ ବସର ସମ୍ମୁଖ ଭାଗ କେବିନଟି ସମ୍ପୂର୍ଣ୍ଣ ଭାବରେ ଚାପି ହୋଇ ଯାଇଥିଲା ବେଳେ ଡ୍ରାଇଭର ଓ ହେଲ୍ପର ଚାପି ହୋଇ ମୃତ୍ୟୁବରଣ କରିଥିଲେ। ବସରେ ଥିବା ୪୦ରୁ ଅଧିକ ଯାତ୍ରୀ ଥିଲା ବେଳେ ୭ରୁ ଅଧିକ ଯାତ୍ରୀ ଗୁରୁତର ହୋଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଜଳେଶ୍ୱର ପୋଲିସ, ଅଗ୍ନିଶମ ବାହିନୀ ପହଂଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଯାତ୍ରୀ ମାନଙ୍କୁ ଜାତୀୟରାଜପଥ ଆମ୍ବୁଲାନ୍ସ ଦ୍ୱାରା ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ଅଣାଯାଇଥିଲା ବେଳେ ସେଥି ମଧ୍ୟରୁ ଅଧିକ ଗୁରୁତର ୨ଜଣ ଯାତ୍ରୀକୁ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ମୃତକ ହେଲେ ଡ୍ରାଇଭର ଅବଦୁଲ ରହିମ ଓ ହେଲ୍ପର ନୃସିଂହ କାଠୁଆ। ଜଳେଶ୍ୱର ପୋଲିସର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଛି।
BIG NEWS ACCIDENT NEWS BALESWAR NEWS JALESWAR NEWS
