ମାନବିକତା ଦେଖାଇଲେ ପୂର୍ବତନ ବିଧାୟକ!

ଖଇରା – ମାନବିକତା ଦେଖାଇଲେ ବିଜେଡିର ପୂର୍ବତନ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। ଦୁର୍ଘଟଣାରେ ଆହତ ହୋଇ ରାସ୍ତାରେ ପଡ଼ିଥିବା ଜଣେ ମହିଳାଙ୍କୁ ନିଜ ଗାଡ଼ିରେ ମେଡିକାଲରେ ଭର୍ତ୍ତି କରିଥିବା ଦେଖିବାକୁ ମିଳିଛି। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ନହଙ୍ଗ ଗ୍ରାମର ତିଳୋତମା ଦାସ ତାଙ୍କ ପୁଅକୁ ଟିଉସନରୁ ଆଣିବାକୁ ଯାଉଥିବା ବେଳେ ନହଙ୍ଗ ତାରିଣୀ ଛକ ନିକଟରେ ଜଣେ ଯୁବକ ପଛପଟୁ ଧକ୍କା ଦେଇଥିଲା ଫଳରେ ମହିଳା ତିଲୋତ୍ତମା ଯନ୍ତ୍ରଣାରେ ରାସ୍ତା କଡ଼ରେ ପଡ଼ିଥିଲେ l ଏକ ସାମାଜିକ କାର୍ଯ୍ୟକ୍ରମରେ ଗରସଙ୍ଗରୁ ସଭା କାର୍ଯ୍ୟ ସାରି ସେହି ରାସ୍ତାଦେଇ ଖଇରା ଆସୁଥିବା ବେଳେ ସିମୁଳିଆର ପୂର୍ବତନ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମାନବିକତା ଦେଖାଇଥିଲେ। ସଙ୍ଗେ ସଙ୍ଗେ ଗାଡିରୁ ଓହ୍ଲାଇ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ଆହତ ତିଳୋତ୍ତମାକୁ ଶ୍ରୀ ପାଣିଗ୍ରାହୀ ନିଜ ଗାଡିରେ ଖଇରା ମେଡିକାଲରେ ଭର୍ତ୍ତି କରିଥିଲେ । ଶ୍ରୀ ପାଣିଗ୍ରାହୀଙ୍କ ଏଭଳି କାର୍ଯ୍ୟକୁ ନେଇ ସାଧାରଣରେ ପ୍ରଶଂସା କରାଯାଇଛି l

Leave a Reply

Your email address will not be published. Required fields are marked *