ଅନୁଷ୍ଠିତ ହେବାକୁ ଯାଉଛି ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର।

ଖଇରା: ଆସନ୍ତା ୨୫ ତାରିଖ ବୁଧବାର ଦିନ ଏସ୍. ଆର. ସାଇନିଂ ଓଡିଶା ଫାଉଣ୍ଡେସନ (ସମ୍ଭାବନା ଟ୍ରଷ୍ଟ୍) ତରଫରୁ ଏକ ରକ୍ତଦାନ ଶିବିର ସହିତ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହେବାକୁ ଯାଉଛି। ଉକ୍ତ ବୁଧବାର ଦିନ ୧୦.୦୦ ଘଟିକା ଠାରୁ ଦିବା ୨.୦୦ ଘଟିକା ପର୍ଯ୍ୟନ୍ତ ଏସ୍. ଆର. ଗ୍ରୁପ ଫ୍ୟାକ୍ଟ୍ରି, ଦେଉଳି, ସାଇ ମନ୍ଦିର ପାଖ, ବ୍ରହ୍ମଣପୁଖରୀ ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଉକ୍ତ ଶିବିରରେ ଭେଷଜ ବିଶେଷଜ୍ଞ ଓ ଚର୍ମ ରୋଗ ବିଶେଷଜ୍ଞ ଉପସ୍ଥିତ ରହି ରୋଗୀ ପରାମର୍ଶ କରିବେ ଏବଂ ସମସ୍ତ ପ୍ରକାର ରକ୍ତ ପରୀକ୍ଷା ବିନାମୂଲ୍ୟରେ କରାଯିବ ବୋଲି ସମ୍ଭାବନା ଟ୍ରଷ୍ଟ ର ଅଧ୍ୟକ୍ଷ ଯୁବନେତା ଇଂ. ରାଜେଶ ମୋହାକୁଡ ସୂଚନା ଦେଇଛନ୍ତି. ଏବଂ ପ୍ରତ୍ୟେକ ରକ୍ତ ଦାତାଙ୍କୁ ଟି ଶାର୍ଟ, ମହିଳାମାନଙ୍କୁ ଶାଲ ଓ ସାର୍ଟିଫିକେଟ ପ୍ରଦାନ କରାଯିବ ବୋଲି ଟ୍ରଷ୍ଟର ସଦସ୍ୟ ମହେଶ୍ଵର ନାଥ ପ୍ରକାଶ କରିଛନ୍ତି। ଟ୍ରଷ୍ଟୀ ଅରୁସରଣ ମହାକୁଡ, ପର୍ଶୁରାମ ମହାକୁଡ, ଦିନେଶ ଜେନା, ଉମେଶ ଜେନା, ଉମେଶ ଗାହାଣ, ଦିପ୍ତିକାନ୍ତ ବେହେରା, ବ୍ୟକ୍ତହରି ସାହୁ ପ୍ରମୁଖ ଉପସ୍ଥିତ ରହି ଆସନ୍ତା କାର୍ଯ୍ୟକ୍ରମ ପାଇଁ ଚୁଡାନ୍ତ ପ୍ରସ୍ତୁତିରେ ସହଯୋଗ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *