ଖଇରା- ବାଲେଶ୍ୱର ଅବକାରୀ ଅଧିକ୍ଷକ ଶ୍ରୀ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଓ ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ ଶ୍ରୀ ହରିହର ସିଂଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଓ ବାଲେଶ୍ୱର ସଦର-୨ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଭବେଶ ଦାସ, ଏ.ପି.ଆର ଫୋର୍ସ ଓ ଅବକାରୀ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଖଇରା ଥାନା ଅନ୍ତର୍ଗତ ଡଗରପଡ଼ା, ଜଳଦା ଓ ବଡ଼ଦାଣ୍ଡ ଗ୍ରାମ ଏବଂ ସୋର ଥାନା ଅନ୍ତର୍ଗତ ବେଲଦା ଗ୍ରାମରେ ଚଢ଼ାଉ କରାଯାଇ ୧୯୦ ଲିଟର ଦେଶୀ ମଦ ଓ ୧୧.୨୫୦ ଲିଟର ଜିଞ୍ଜର ଜବତ କରାଯିବା ସହିତ ଏଥିରେ ସମ୍ପୃକ୍ତ ମୋଟ ୦୬ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ଆସାମୀମାନେ ହେଲେ ଡଗରପଡ଼ା ଗ୍ରାମର ଅନିଲ କୁମାର ପରିଡ଼ା, ଜଳଦା ଗ୍ରାମର ନଳିନୀକାନ୍ତ ଦାସ, ବଡ଼ଦାଣ୍ଡ ଗ୍ରାମର ସୁନିତା ନାଇକି ଏବଂ ବେଲଦା ଗ୍ରାମର ବାବାଜୀ ବେହେରା, ଶ୍ରୀତମ ବାରିକ ଓ ସୁବାଷ ବାରିକ l ଜବତ ଦେଶୀ ମଦ ଓ ଜିଞ୍ଜର ର ଆନୁମାନିକ ମୂଲ୍ୟ ୭୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ ସହ ଉପ-ନିରୀକ୍ଷକ ଦୀପିକା ପରିଡ଼ା ଓ ଲମ୍ବୋଦର ମହନ୍ତ, କନେଷ୍ଟବଳ ଦେବାଶିଷ ମଲ୍ଲିକ, ସେକ କରିମ, ସୁବୀରକାନ୍ତ ବେହେରା, ସୁନାରାମ ସୋରେନ, ସନ୍ତୋଷ ବେହେରା, ରଶ୍ମିରେଖା ପାତ୍ର, ନହା ମୁର୍ମୁ ପ୍ରଭୂତି ଷ୍ଟାଫ୍ ସାମିଲ ଥିଲେ । ଏନେଇ ଭ୍ରାମ୍ୟମାଣ ସ୍କ୍ୱାର୍ଡ ଓ ଖଇରା ଅବକାରୀ ଥାନା ପକ୍ଷରୁ ମୋଟ ୦୬ ଗୋଟି ପୃଥକ ପୃଥକ ମାମଲା ରୁଜ୍ଜୁ କରାଯାଇଛି l

