ବାଲେଶ୍ୱର : ଭକ୍ତମାନଙ୍କର ଡାକ ଶୁଣନ୍ତି ବୋଲି ନାମ ତାଙ୍କର ଭଗିଆଶୁଣି। ସେଥିପାଇଁ ଏଠାକୁ ଭକ୍ତ ମାନଙ୍କର ସୁଅ ଛୁଟି ଆସୁଛି। ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଜାତୀୟ ରାଜପଥ ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଅବସ୍ଥିତ ମା’ ଭଗିଆଶୁଣୀଙ୍କ ପୀଠ। ମା’ଭଗିଆଶୁଣିଙ୍କ ପୀଠ ହେଉଛି ଏଠାକାର ବହୁ ପୁରାତନ ଶକ୍ତି ପୀଠ। ଘଞ୍ଚ ଜଙ୍ଗଲ ଭିତରେ ମା’ ଥିବା ବେଳେ କେମିତି ଆବିର୍ଭାବ ହୋଇଛନ୍ତି ତାହା ଅସ୍ପଷ୍ଟ ରହିଛି। ଥରେ ଘଞ୍ଚ ହାତିଆ କଣ୍ଟା ସୁଡଙ୍ଗ ଭିତରେ ମା’ ଭଗିଆ ଶୁଣି ଏକ ବେରୁଣ ଗଛ ମୂଳରେ ରହିଥିବାର ଗାଁ ମାର୍କୋଣା ଅଞ୍ଚଳର ଦ୍ରୁବଚରଣ ନାୟକ ବୋଲି ଜଣେ ଭକ୍ତଙ୍କୁ ସ୍ୱପ୍ନାଦେଶ ହୋଇଥିଲେ। ସେବେ ଠାରୁ ଭକ୍ତମାନେ ମା’ଙ୍କୁ ପୂଜାର୍ଚ୍ଚନା କରି ଆସୁଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ମା’ଙ୍କ ପାଖରେ ଗଛ ଥିବାରୁ ଗଛକୁ କାଟି ବଡ଼ ଧରଣର ମନ୍ଦିର କରିବା ପାଇଁ ଅନୁମତି ଦିଅନ୍ତି ନାହିଁ। ସେଥିପାଇଁ ଚାରି ପାଖ ଗଛ ଭିତରେ ଏକ ଛୋଟ ମନ୍ଦିର ନିର୍ମାଣ କରାଯାଇଛି। ମା’ ଭଗିଆଶୁଣି ଅନେକ ମହିମା ଥିବା ବେଳେ ଭକ୍ତ ମାନେ ଯାହା ମାନସିକ ରଖନ୍ତି ମା’ ତାକୁ ପୂରଣ କରିଥାନ୍ତି। ସେଥିପାଇଁ ବହୁ ଦୂରଦୁରାନ୍ତରୁ ଭକ୍ତମାନେ ଏଠାକୁ ଆସିଥାନ୍ତି। ମନସ୍କାମନା ପୂରଣ ହେଲେ ଭକ୍ତ ମାନେ ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରାଇଥାନ୍ତି।
ମା’ ରହୁଥିଲେ ସୁଡ଼ଙ୍ଗ ଭିତରେ, ମାଆ ଭଗିଆଶୁଣି ପୂରଣ କରନ୍ତି ଭକ୍ତଙ୍କ ମନବାଞ୍ଛା !
