ପୋଲିସ ଗାଡ଼ି ଖରାପ ଥିବା ଜାଣି, ଚୋରି କଲେ ଚୋର!

ନିଳାଦ୍ରୀ ନ୍ୟୁଜ୍ ବ୍ୟୁରୋ : ପୁଣି ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର। ୫ଟି ମନ୍ଦିରରେ ସିରିଜ ଚୋରି କରିବା ସହ ଦୁଇଟି ଘରକୁ କଳାକନା ବୁଲାଇଲେ ଦୁର୍ବୁତ୍ତ। ଏଭଳି ଘଟଣା ଦେଖିବାକୁ ମିଳିଛି ଖଇରା ଅଞ୍ଚଳରେ। ବାଲେଶ୍ୱର ଜିଲ୍ଲା ଖଇରା ଥାନା ମହତୀପୁର ପଞ୍ଚାୟତ ବଟେଶ୍ୱର ଗାଁର ଶିବମନ୍ଦିର, ଜଗନ୍ନାଥ ମନ୍ଦିର, କଣ୍ଟାପଡା ଗାଁର ଶାଇ ମନ୍ଦିର, କଣ୍ଟେଇଶୁଣି ମନ୍ଦିର, ଗାୟତ୍ରୀ ମନ୍ଦିର ସମେତ ୨ଟି ଘରୁ ଗତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। କିଛି ଦିନ ବ୍ୟବଧାନ ପରେ ପୁଣି ଦୁର୍ବୁତ୍ତ ମାନେ ସକ୍ରିୟ ହୋଇଛନ୍ତି l ଖବର ପାଇ ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି l ୫ଟି ମନ୍ଦିରରୁ ଠାକୁରଙ୍କର ବିଭିନ୍ନ ସୁନା ଓ ରୂପା ଅଳଙ୍କାର ସମେତ ହୁଣ୍ଡୀରେ ଥିବା ସମସ୍ତ ଟଙ୍କା ଚୋରୀ କରି ନେଇଯାଇଥିବା ମନ୍ଦିରର ପୂଜକ ସୂଚନା ଦେଇଛନ୍ତି l ଅନ୍ୟପଟେ ଚୋର ମାନେ ଖଇରା ଥାନାର ଗାଡି ଖରାପ ଥିବାର ଜାଣି ଏଭଳି କାଣ୍ଡ ଘଟାଇ ଥିବାର ଆଲୋଚନା ହେଉଛି। ସୂଚନା ରହିଛି ଖଇରା ଥାନାରେ ପୋଲିସ ପିସିଆର ଖରାପ ରହିଛି। ଯାହା ଫଳରେ ରାତିରେ ଗାଡି ଚାଲୁ ହେବା ସମ୍ଭାବନା କମ୍ ରହିଛି । ଏହାର ଫାଇଦା ନେଇ ଚୋର ମାନେ ୫ଟି ମନ୍ଦିର ଓ ଦୁଇଟି ଘରୁ ଚୋରି କରି ଫେରାର ହୋଇଯାଇଛନ୍ତି। ତେବେ ଚୋର ମାନଙ୍କୁ ପୋଲି ବିନା ଗାଡ଼ିରେ କିଭଳି ଧରି ପାରୁଛି ତାହାହିଁ ସମୟ କହିବ।

Leave a Reply

Your email address will not be published. Required fields are marked *