ଖଇରା – ଖଇରା ବିଜୁ ଜନତା ଦଳର ନୂତନ ବ୍ଲକ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ରାଜେନ୍ଦ୍ର କୁମାର ଦାସଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। ଏହି ଅବସରରେ ଖଇରା ବ୍ଲକ ଅନ୍ତର୍ଗତ ଗରସଙ୍ଗ ପଞ୍ଚାୟତ ବଉଳାଣୀ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ଅବସରରେ ପୂର୍ବତନ ବିଧାୟକ ଏବଂ ବିଜେଡି ଦଳର କର୍ମୀମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଖଇରା ବ୍ଲକରେ ବିଜୁ ଜନତା ଦଳକୁ ଆହୁରି ସୁଦୃଢ଼ ଓ ସଙ୍ଗଠିତ କରିବା ପାଇଁ ଉପସ୍ଥିତ ସମସ୍ତ ନେତୃମଣ୍ଡଳୀଙ୍କୁ ପୂର୍ବତନ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବାର୍ତ୍ତା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଖଇରା ବ୍ଲକର ସମସ୍ତ ନେତୃମଣ୍ଡଳୀ, ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା ସରପଞ୍ଚ, ସମିତି ସଭ୍ୟମାନେ ଉପସ୍ଥିତି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।
