ଖଣିରୁ ପଥର ଲୁଟ୍, ପ୍ରଶାସନ ଚୁପ !!

ଖଇରା- ବାଲେଶ୍ୱର ଜିଲ୍ଲା ଖଇରା ତହସିଲ ଅଧିନରେ ରହିଛି ଶାରୀଶୁଆ ପାହାଡ଼। ବଗେଇପୁର ଅଞ୍ଚଳରେ ଥିବା ଖଣିରୁ ମାଫିଆ ମାନେ ଦିନ ରାତି ପଥର ଲୁଟ୍ କରୁଥିବା ଅଭିଯୋଗ ହେଉଛି। ସୂଚନା ଅନୁଯାୟୀ ଏହି କିଛି ମାସ ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବି.ଏନ୍. ଏସ୍.୧୬୩ଲାଗୁ କରାଯାଇଥିଲା। ଯଦି ବି.ଏନ୍. ଏସ୍.୧୬୩ଲାଗୁ କରାଯାଇଛି ତେବେ ପଥର କେମିତି ଲୁଟ୍ ହେଉଛି ବୋଲି ଅଭିଯୋଗ ଆସିଛି। ଗାଡ଼ିରେ ପଥର ଚାଲାଣ ହେଉଥିବା ବେଳେ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହୁଛନ୍ତି। ଯାହା ଏଠି ଅଭିଯୋଗ ଆସୁଛି ସ୍ଥାନୀୟ ରାଜନେତା, ଖଇରା ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନଙ୍କ ମିଲିଭଗତରେ ଖଣିରୁ ପଥର ଲୁଟ ଚାଲିଛି।

ଯଦିଓ କିଛି ବ୍ୟକ୍ତି ଉକ୍ତ ଖଣି ଏବଂ ସ୍ଥାନୀୟ ଲୋକଙ୍କୁ ବିପଦରୁ ବଞ୍ଚାଇବାକୁ ଯାଇ ମାନ୍ୟବର କୋର୍ଟରେ ଜନସ୍ୱାର୍ଥ ମାମଲା ରୁଜ୍ଜୁ କରିଥିଲେ। ମାନ୍ୟବର କୋର୍ଟ ଏହାକୁ ତଦନ୍ତ କରି ରିପୋର୍ଟ ଦେବାକୁ ଦୁଇଟି ଜିଲ୍ଲାର ଜିଲ୍ଲାପାଳ ଏବଂ ଏସ୍.ପିଙ୍କୁ ରିପୋର୍ଟ କରିଛନ୍ତି। ଏହାରି ଭିତରେ ବି ଦିନ ରାତି ଖଣିରୁ ପଥର ଲୁଟ୍ ହେଉଥିବା ଅଭିଯୋଗ ଆସିଛି। ଯଦି ଜିଲ୍ଲା ପ୍ରଶାସନ କୋର୍ଟର ଅର୍ଡର ମାନୁ ନାହାନ୍ତି ତାହା ହେଲେ ଯିଏ ଚୋରି କରୁଛି ସେମାନେ ବା କାହିଁକି ମାନିବେ ବୋଲି ଅଭିଯୋଗ କରିଛନ୍ତି କିଛି ବୁଦ୍ଧିଜୀବି। ତେବେ ଏଠାରେ ଯାହା ସ୍ପଷ୍ଟ ପ୍ରମାଣିତ ହେଉଛି ବୁଗେଇପୁର ପାହାଡ଼କୁ ଭଗବାନ ଭରସା ଏବଂ ଏହା ଆଖପାଖରେ ବସବାସ କରି ରହିଥିବା ଗ୍ରାମବାସୀଙ୍କୁ ଭଗବାନ ହିଁ ଭରସା ବୋଲି କିଛି ଲୋକ ମତ ଦେଇଛନ୍ତି।

ଡମ୍ଫର ଗାଡ଼ିରେ ପଥର ଭର୍ତ୍ତି ହୋଇ ଚାଲାଣ ହେଉଛି ଥିବାର ଫୋଟ !

Leave a Reply

Your email address will not be published. Required fields are marked *