ନୀଳାଦ୍ରୀ ନ୍ୟୁଜ୍ ବ୍ୟୁରୋ : ପୁଣି ବଡ଼ ଧରଣର ଟ୍ରେନ ଦୁର୍ଘଟଣା। ଛତିଶଗଡ଼ର ବିଳାସପୁରରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ମାଲବାହୀ ଟ୍ରେନ୍ ସହିତ ଧକ୍କା ଖାଇଲା ମେମୁ ଯାତ୍ରୀବାହୀ ଟ୍ରେନର ଏକ କୋଚ୍। ଏହି ଦୁର୍ଘଟଣା ଅପରାହ୍ନ ପ୍ରାୟ ୪ଟା ସମୟରେ ବିଳାସପୁର ଷ୍ଟେସନ ନିକଟରେ ସୂଚନା ମିଳିଛି। ପ୍ରାଥମିକ ସୂଚନା ଅନୁଯାୟୀ, ୧୦ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅଧିକାଂଶ ଯାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଅନେକ ବଗି ଲାଇନଚ୍ୟୁତ ହୋଇଯାଇଛି। ମାଲବାହୀ ଟ୍ରେନକୁ ଧକ୍କା ଦେଲା କୋରବା ପାସେଞ୍ଜର ଟ୍ରେନ। ଆହତଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି। ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ ଅନୁଯାୟୀ, ଦୁର୍ଘଟଣା ପରେ ତୁରନ୍ତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ରେଳବାଇ ଅଧିକାରୀମାନେ କହିବା ଅନୁଯାୟୀ ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଛି। ଧ୍ୱଂସାବିଶେଷ ମଧ୍ୟରୁ ଜଣେ ଶିଶୁକୁ ନିରାପଦରେ ଉଦ୍ଧାର କରାଯାଇଛି। ଗମ୍ଭୀର ଆହତଙ୍କୁ ଟ୍ରେନ୍ ଭିତରେ ହିଁ ଡାକ୍ତରୀ ଚିକିତ୍ସା ଦିଆଯାଉଛି, କାରଣ ଧ୍ୱଂସାବଶେଷ ଯୋଗୁଁ ତୁରନ୍ତ ବାହାର କରିବା କଷ୍ଟସାଧ୍ୟ।
ଧକ୍କାରେ ଓଭରହେଡ୍ ବିଦ୍ୟୁତ୍ ତାର ଓ ସିଗନାଲିଙ୍ଗ୍ ସିଷ୍ଟମ୍ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି, ଯାହା ଫଳରେ ରେଳ ଯୋଗାଯୋଗ ବ୍ୟାହତ ହୋଇଛି। ଅନେକ ଏକ୍ସପ୍ରେସ୍ ଓ ଯାତ୍ରୀବାହୀ ଟ୍ରେନ୍ ବାତିଲ୍ କିମ୍ବା ଡାଇଭର୍ଟ କରାଯାଇଛି। ଅଟକି ରହିଥିବା ଯାତ୍ରୀଙ୍କ ପାଇଁ ବିକଳ୍ପ ଯାତାୟତ ବ୍ୟବସ୍ଥା କରାଯାଉଛି। ଟେକ୍ନିକାଲ୍ ଟିମ୍ ରାତିଭର କାମ କରି ଟ୍ରାକ୍ ଓ ବିଦ୍ୟୁତ୍ ସିଷ୍ଟମ୍ ମରାମତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଦୁର୍ଘଟଣାର କାରଣ ଜାଣିବା ପାଇଁ ରେଳ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ରିପୋର୍ଟରେ ସିଗନାଲିଙ୍ଗ୍ ଫେଲ୍ୟୁର୍ କିମ୍ବା ମାନବୀୟ ଭୁଲ୍ ସମ୍ଭାବନା ଥିବା କୁହାଯାଉଛି।
Big News Train Accident
