ସୋର: ବାଲେଶ୍ଵର ଜିଲ୍ଲା ସୋର ଥାନା ଗେଟ୍ ସମ୍ମୁଖରୁ ଦୁଇଟି ବାଇକ ଚୋରି ହୋଇଥିବା ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଗତ ମାର୍ଚ୍ଚ ୭ତାରିଖ ରାତିରେ ସୋର ଥାନା ସମ୍ମୁଖରେ ଥିବା ଦୁଇଟି ବାଇକକୁ ଦୁଇ ଜଣ ଯୁବକ ଚୋରି କରି ପଳାଇ ଯାଇଥିଲେ। ଏନେଇ ସୋର ଅଞ୍ଚଳର ମିହିର ପାଣି ତାଙ୍କ ଗାଡି ଚୋରି ହୋଇଥିବା ନେଇ ସୋର ଥାନାରେ ୯ତାରିଖରେ ଅଭିଯୋଗ କରିବା ପରେ ସୋର ଥାନା ଅଧିକାରୀ ମୁକୁନ୍ଦ ମୁରାରୀ ପାତ୍ର ଏକ ଟିମ୍ ଗଠନ କରିଥିଲେ। ଅଭିଯୋଗ ପାଇ ସୋର ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ତିନି ଦିନ ପରେ ଆଜି ଦୁଇ ଜଣ ଚୋରଙ୍କୁ ତୁରିଗଡ଼ିଆ ଅଞ୍ଚଳରୁ ଗିରଫ କରିବା ସହ ଦୁଇଟି ଗାଡ଼ିଟିକୁ ଜବତ କରିଥିବା ଜଣାପଡିଛି। ଦୁଇ ଅଭିଯୁକ୍ତ ହେଲେ ଖଇରା ଅଞ୍ଚଳର ଦୀପକ କୁମାର ଶତପଥୀ ଓ ସହଦେବଖୁଣ୍ଟା ନୂଆସାହି ଗ୍ରାମର ତପନ ସାହୁ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
