ଗର୍ଭଣା ସଂକ୍ରାନ୍ତିରେ ଅକରାନ୍ତି ଗଛ ଡାଳର ଭୂମିକା କ’ଣ ? ଜାଣନ୍ତୁ…

ନିଳାଦ୍ରୀ ନ୍ୟୁଜ୍ : ଆମ ଉତ୍କଳୀୟ ପରମ୍ପରାରେ ସମଗ୍ର ଚାଷୀକୁଳ ପାଇଁ ଏକ ମୁଖ୍ୟ ସଂକ୍ରାନ୍ତି ହେଉଛି ଗର୍ଭଣା ସଂକ୍ରାନ୍ତି। ରଜ ସଂକ୍ରାନ୍ତି, ମକର ସଂକ୍ରାନ୍ତି ପରି ଗର୍ଭଣା ସଂକ୍ରାନ୍ତିର ବି ଆମ ପରମ୍ପରା ରେ ଏକ ବିଶେଷ ଭୂମିକା ରହିଥାଏ। ଚାଷୀ ଟିଏ ନିଷ୍ଠାର ସହ ବିଲକୁ ଯାଇ ଯାଉ ପ୍ରସ୍ତୁତ କରି ଧାନଗଛକୁ ପୂଜା କରି ଥାଏ ଏବଂ ଭଲ ଅମଳ ହେବ ବୋଲି ବିଶ୍ୱାସ ରଖିଥାଏ। ଅନେକ ପର୍ବ କୃଷି ସମ୍ବନ୍ଧୀୟ ହୋଇଥିଲା ବେଳେ ତୁଳା ମାସର ସଂକ୍ରାନ୍ତିରେ ପାଳିତ ହୁଏ କୃଷିଭିତ୍ତିକ ପର୍ବ ଗର୍ଭଣା ସଂକ୍ରାନ୍ତି।ଗର୍ଭ କହିଲେ ଭୃଣକୁ ବୁଝାଯାଏ । ଗର୍ଭଣା ସଂକ୍ରାନ୍ତି ବେଳକୁ ଧାନ ଗଛର ଗର୍ଭରେ ଧାନ କେଣ୍ଡା ବାହାରେ । ଏହି ସମୟରେ ଅଙ୍କରାନ୍ତି ଗଛର ଡାଳକୁ ପୂଜା କରି କ୍ଷେତରେ ପୋତିଲେ ଭଲ ଫସଲ ହୁଏ ବୋଲି ପ୍ରବାଦ ରହିଛି । ଚାଷୀ ମାନେ ଏହି ଦିନକୁ ନିଷ୍ଠାର ସହିତ ପାଳନ କରନ୍ତି । କୃଷକ ସ୍ନାନାଦି କର୍ମ ସାରି ଅକରାନ୍ତି ଗଛର ଡାଳ ଆଣି ବିଧିପୂର୍ବକ ପୂଜା କଲା ପରେ ଧାନ କ୍ଷେତରେ ପୋତି ଦିଅନ୍ତି ଏବଂ ଭଲ ଫସଲ ପାଇଁ ପ୍ରାର୍ଥନା କରନ୍ତି । ଗର୍ଭଣା ସଂକ୍ରାନ୍ତି ଉପରେ ଏକ କୃଷି ବଚନ ଅଛି- ଆଗେ ବୁଣୁ ପଛେ ବୁଣୁ, ଗର୍ଭଣାକୁ ଟୁଣୁ ଟୁଣୁ। ଗର୍ଭଣା ସଂକ୍ରାନ୍ତି ବେଳକୁ ଆଗ ଓ ପଛ ବୁଣା ସମସ୍ତ ଧାନଗଛ ଗର୍ଭଧାରଣ କରିସାରିଥାଏ, ଧାନ ଫୁଲ ଧରେ ଓ କେଣ୍ଡା ବାହାରେ। ପାର୍ବଣ ଋତୁରେ ଚାଷୀର ମୁଖ୍ୟ ପର୍ବ ଗର୍ଭଣା ସଂକ୍ରାନ୍ତି ହୋଇଥିଲା ବେଳେ ହର୍ଷ ଉଲ୍ଲାସରେ ଗର୍ଭଣା ସଂକ୍ରାନ୍ତି ପାଳନ କରିଥାନ୍ତି ଚାଷୀ କୁଳ। ଏହାକୁ ନେଇ ସିମୁଳିଆ ଅଞ୍ଚଳର ଚାଷୀ ମାନେ ମଧ୍ୟ ଗର୍ଭଣା ସଂକ୍ରାନ୍ତି ପାଳନ କରିଛନ୍ତି।। ଏହା ସହ ଅଣ୍ଡରେଇ ଅଞ୍ଚଳର ଜଣେ ଚାଷୀ ଉତ୍ତମ କୁମାର ମହାନ୍ତି ଆଜି ଗର୍ଭଣା ସଂକ୍ରାନ୍ତିରେ ଅକରାନ୍ତି ଗଛର ଡାଳ ଏବଂ ଅନ୍ୟାନ୍ୟ ଗଛର ଡ଼ାଳ ଆଣି ବିଧିପୂର୍ବକ ପୂଜା କଲା ପରେ ଧାନ କ୍ଷେତରେ ପୋତି ଥିବା ଦେଖିବାକୁ ମିଳିଛି।

ଚାଷୀ : ଉତ୍ତମ କୁମାର ମହାନ୍ତି

Leave a Reply

Your email address will not be published. Required fields are marked *