ନୀଳାଦ୍ରୀ ନ୍ୟୁଜ୍ ବ୍ୟୁରୋ : ଗୁଟୁଖା ଓ ପାନ ମସଲା ବିକ୍ରି କରୁଥିବା ଦୋକାନ ଉପରେ ଡ୍ରଗ୍ସ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ। ବାଲେଶ୍ୱର ଜିଲ୍ଲା ଡ୍ରଗ୍ସ ବିଭାଗ ବାଲେଶ୍ୱର ରେଞ୍ଜର ଇନ୍ସପେକ୍ଟର ଲିସା ମଲ୍ଲିକଙ୍କ ନେତୃତ୍ୱରେ ଆଜି ଖଇରା ବଜାରରେ ଥିବା ଗୁଟୁଖା ଓ ପାନମସଲା ବିକ୍ରି କରୁଥିବା ଦୋକାନ ଉପରେ ଚଢ଼ାଉ କରି ସେମାନଙ୍କର ନିକଟରୁ ଜୋରିମାନା ଆଦାୟ ସହିତ ଚେତାବନୀ ଦେଇଥିଲେ l ଆଗାମୀ ଦିନରେ ଯଦି ଦୋକାନୀମାନେ ନମାନିବେ ତାଙ୍କ ଦୋକାନକୁ ସିଲ କରିବା ପାଇଁ କହିଥିଲେ ବିଭାଗୀୟ ଅଧିକାରିଣୀ l ଏଥିରେ ଖଇରା ଅବକାରୀ ବିଭାଗ ଅଧିକାରୀ ସୁରଜ କୁମାର ଟୀଗା ଏହି ଚଢ଼ାଉରେ ସାମିଲି ହୋଇଥିଲେ l ଖଇରା ବଜାର ୧୫ଗୋଟି ଦୋକାନ ଚଢ଼ାଉ କରିଥିବା ବେଳେ ଆଗାମୀ ଦିନ ରେ ସମସ୍ତ ଅଂଚଳରେ ଏହି ଚଢ଼ାଉ କୁ ଜୋରଦାର କରାଯିବା ନେଇ ଡ୍ରଗ୍ସ ଇନ୍ସପେକ୍ଟର ପ୍ରକାଶ କରିଥିଲେ।
