ସିମୁଳିଆରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଏକତା ପଦଯାତ୍ରା ଅନୁଷ୍ଠିତ।

ସିମୁଳିଆ:ସର୍ଦ୍ଦାର ବଲ୍ଳଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଯୋଗଦେଇ ବିକଶିତ ଦେଶ ଓ ରାଜ୍ୟ ଗଠନରେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କର ଆହ୍ୱାନରେ ସମସ୍ତେ ସାମିଲ ହେବା ଉଚିତ। ରାଷ୍ଟ୍ରୀୟ ଏକତା ପ୍ରତିଷ୍ଠା ସହିତ ଆତ୍ମନିର୍ଭରଶୀଳ ଏବଂ ଶ୍ରେଷ୍ଠ ଭାରତ ଗଠନରେ ଏହି ଏକତା ପଦଯାତ୍ରା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମତବ୍ୟକ୍ତ କରିଛନ୍ତି। ସେହିପରି ନୂତନ ଶ୍ରେଷ୍ଠ ଓଡିଶା ଗଠନ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ବହୁ ଉଦାହରଣୀୟ ପଦକ୍ଷେପକୁ ପ୍ରଶଂସା କରିବା ସହିତ ସମସ୍ତଙ୍କୁ ଜାତୀୟ ଏକତା ବନ୍ଦନରେ ବାନ୍ଧି ରଖିବା ପାଇଁ ଆଜିର ଏହି ବିଶାଳ ଏକତା ପଦଯାତ୍ରା ସଫଳ ହୋଇଥିବାର ବିଧାୟକ ପଦ୍ମଲୋଚନ ପଣ୍ଡା ଅବିଭାଷଣ ରଖିଛନ୍ତି। ଆଜିର ଏହି ପଦଯାତ୍ରା ମାର୍କୋଣା ପଞ୍ଚାୟତର ନୋଡାଲ ବିଦ୍ୟାଳୟରୁ ଆରମ୍ଭ ହୋଇ ବାଙ୍ଗରଖଡ଼ିଗଢିଆ ପଞ୍ଚାୟତ କାର୍ଯ୍ୟାଳୟ ଖେଳ ପଡିଆ ନିକଟରେ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା। ସକାଳ ୧୦ଟା ସମୟରେ ନୋଡାଲ ବିଦ୍ୟାଳୟ ଖେଳ ପଡିଆରେ ଏକତା ପଦଯାତ୍ରାର ଉଦଘାଟନୀ ସଭା ଅନୁଷ୍ଠିତ ହୋଇଥିଲା। ସଭା ପ୍ରାରମ୍ଭରେ ଜିଲ୍ଲା ସଂସ୍କୃତି ଅଧିକାରିଣୀ ମନୋସ୍ୱିନୀ ରାଉତ ପ୍ରାକ ବିବରଣୀ ଏବଂ ସ୍ୱାଗତ ଅବିଭାଷଣ ଦେଇଥିଲେ। ବାଲେଶ୍ଵର ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ସରକାରଙ୍କ ଏହି ପଦଯାତ୍ରାର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ। ନିମନ୍ତ୍ରିତ ଅତିଥି ମାନେ ନିଜର ଅବିଭାଷଣ ରଖିବା ପରେ ଏକତା ପଦଯାତ୍ରା ଆରମ୍ଭ ହୋଇଥିଲା। ନୋଡାଲ ବିଦ୍ୟାଳୟ ଠାରୁ ପଦଯାତ୍ରା ବାହାରି ମାର୍କୋଣା ବସଷ୍ଟାଣ୍ଡ ଏବଂ ବଜାର ପରିକ୍ରମା କରି ବାଙ୍ଗରଖଡ଼ିଗଢିଆ ପଞ୍ଚାୟତ କାର୍ଯ୍ୟାଳୟ ପଡିଆ ନିକଟରେ ପହଁଚିଥିଲେ। ଶେଷରେ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା। ସାଂସଦ, ବିଧାୟକଙ୍କ ସମେତ, ଉପଜିଲ୍ଲାପାଳ ଏଡିଏମ ଶିବ ମାଲବ୍ୟୟ, ସୋର ପୂର୍ବତନ ବିଧାୟକ ପର୍ଶୁରାମ ଧଡ଼ା, ସିମୁଳିଆ ବ୍ଲକ ଅଧ୍ୟକ୍ଷ ବାବାଜୀ ଚରଣ ମଲ୍ଲିକ, ଖଇରା ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ବାହାନଗା ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ମିଶ୍ର, ୪୦ନଂ ଜୋନର ଜିଲ୍ଲା ପରିଷଦ ରମେଶ ଚନ୍ଦ୍ର ସାହୁ, ସିମୁଳିଆ ଭାରପ୍ରାପ୍ତ ବିଡ଼ିଓ ସାସ୍ୱତୀ ସାଢୁଆଳ, ଖଇରା ବିଡ଼ିଓ ନାରାୟଣ ସାହୁ, ଜିଲ୍ଲାକ୍ରୀଡା ଅଧିକାରୀ ପୂର୍ଣ୍ଣିଚନ୍ଦ୍ର ଜେନା, ଜିଲ୍ଲାର ସମାଜସେବୀ ଈଶ୍ୱର ଚନ୍ଦ୍ର ବେହେରା ଏବଂ ସ୍ଥାନୀୟ ବ୍ଲକର ଯୁବ ସମାଜସେବୀ ଅନୁମାଧବ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। କ୍ରୀଡା ବିଭାଗ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରାଟ୍ରଫି ଏବଂପ୍ରମାଣପତ୍ର ଦିଆଯାଇ ସମ୍ମାନୀତ କରାଯାଇଥିଲା। ଏହି ଏକତା ପଦଯାତ୍ରାରେ ସମିତି ସଭ୍ୟ ଉତ୍ତମ କୁମାର ମହାନ୍ତି, ଯୁବ ନେତା ଧରଣୀଧର ବାରିକ, ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ଅଙ୍ଗନବାଡି କର୍ମୀ, ମିଶନ ଶକ୍ତି ମହିଳା କର୍ମୀ, ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ସମେତ ଶତାଧିକ ଜନସାଧରଣ ଯୋଗ ଦେଇ ସଫଳ କରାଇ ଥିଲେ।

Leave a Reply

Your email address will not be published. Required fields are marked *