କେଉଁ ଦିନ ପାଳିବେ ଦୀପାବଳୀ ବା ପୟାଶ୍ରାଦ୍ଧ? କେଉଁ ତାରିଖରେ ଏହାକୁ ପାଳନ କରାଯିବ ତାକୁ ନେଇ ସୃଷ୍ଟି ହୋଇଛି ଦ୍ଵନ୍ଦ? ରାଧାରମଣ ପ୍ରେସ ପଞ୍ଜିକା ବା ମୁକ୍ତି ମଣ୍ଡପ ସ୍ଵୀକୃତ ପଞ୍ଜିକା ଗୁଡିକରେ ଦୀପାବଳି ବା ପୟା ଶ୍ରାଦ୍ଧ ଅକ୍ଟୋବର ୨୦ ତାରିଖ ଉଲ୍ଲେଖ ରହିଥିବା ବେଳେ ଅନ୍ୟ ପଞ୍ଜିକାରେ ୨୧ ତାରିଖ ଉଲ୍ଲେଖ ରହିଛି। ୨୦ ତାରିଖ ଦିନ ୩ ଟା ୪୫ ପର ଠାରୁ ପର ଦିନ ଅର୍ଥାତ୍ ଅକ୍ଟୋବର ୨୧ ତାରିଖ ୫ ଟା ୫୪ ପର୍ଯ୍ୟନ୍ତ ଅମାବାସ୍ୟା ରହିଛି ।ଯେଉଁମାନେ ମହାଳୟା ଅମାବାସ୍ୟାରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେଇପାରନ୍ତି ନାହିଁ। ସେମାନେ ମହାଳୟା ଅମାବାସ୍ୟା ଦିନ ଶ୍ରାଦ୍ଧ ଦେଇଥାନ୍ତି । ଦିନରେ ମହାଳୟା ଶ୍ରାଦ୍ଧ ପରେ ରାତିରେ ଦୀପ ଦାନ କରିଥାନ୍ତି । କିନ୍ତୁ ୨୦ ତାରିଖରେ ଦିନ ତମାମ ଚତୁର୍ଦ୍ଦଶୀ ରହୁଥିବାରୁ କିଭଳି ସେଦିନ ପୟାଶ୍ରାଦ୍ଧ ହେବ ନେଇ ଉଠିଛି ପ୍ରଶ୍ନ ? ତେବେ କିଛି ବରିଷ୍ଠ ଜ୍ୟୋତିର୍ବିଦଙ୍କ କହିବା ଅନୁଯାୟୀ, ୨୦ ତାରିଖ ନୁହେଁ ବରଂ ୨୧ ତାରିଖରେ ପୟା ଶ୍ରାଦ୍ଧ ପାଳନ ହେବ। ୨୦ ତାରିଖ ଦିନ ୩ ଟା ୪୫ ପର ଠାରୁ ପର ଦିନ ଅର୍ଥାତ୍ ଅକ୍ଟୋବର ୨୧ ତାରିଖ ୫ ଟା ୫୪ ପର୍ଯ୍ୟନ୍ତ ଅମାବାସ୍ୟା ରହିଛି।
Related Posts
ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ।
ଖଇରା- ବାଲେଶ୍ୱର ଅବକାରୀ ଅଧିକ୍ଷକ ଶ୍ରୀ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଓ ନୀଳଗିରି ଅବକାରୀ ନିରୀକ୍ଷକ ଶ୍ରୀ କେଶବ ଚନ୍ଦ୍ର ଦାସ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଖଇରା ଥାନା ଅନ୍ତର୍ଗତ ବଣପାରିଆ ଗ୍ରାମରେ ଚଢ଼ାଉ କରାଯାଇ ୨.୫୦୦ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ଖଇରା ଥାନା ଅନ୍ତର୍ଗତ କୁପାରୀ ଗ୍ରାମର […]
ବିଲ ମଝିରେ ବିଦ୍ୟାଳୟ ଅଛି, ହେଲେ ସେଠାକୁ ଯିବା ପାଇଁ ରାସ୍ତା ନାହିଁ।
ସିମୁଳିଆ : ବିଲ ମଝିରେ ବିଦ୍ୟାଳୟ ଅଛି, ହେଲେ ସେଠାକୁ ଯିବା ପାଇଁ ରାସ୍ତା ନାହିଁ। ପାଣି ଓ କାଦୁଅରେ ପଶି ପିଲାମାନେ ଯାଉଛନ୍ତି। ଏପରି କି ପାଣି ନାଳ ଉପରେ ଥିବା ବାଉଁଶ ହିଡ଼କୁ ଭରସା କରି ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଓ ଶିକ୍ଷକ ଯାତାୟାତ କରୁଛନ୍ତି। ଏଭଳି ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ବର ଜିଲା ସିମୁଳିଆ ବ୍ଲକ ଅଧୀନ ବାଉରିପଦା ପଞ୍ଚାୟତର ଢିଲି ଗ୍ରାମରେ । ସିମୁଳିଆ ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର ୫କି.ମି. ଦୂରରେ ଅବସ୍ଥିତ […]
ଗର୍ଭଣା ସଂକ୍ରାନ୍ତିରେ ଅକରାନ୍ତି ଗଛ ଡାଳର ଭୂମିକା କ’ଣ ? ଜାଣନ୍ତୁ…
ନିଳାଦ୍ରୀ ନ୍ୟୁଜ୍ : ଆମ ଉତ୍କଳୀୟ ପରମ୍ପରାରେ ସମଗ୍ର ଚାଷୀକୁଳ ପାଇଁ ଏକ ମୁଖ୍ୟ ସଂକ୍ରାନ୍ତି ହେଉଛି ଗର୍ଭଣା ସଂକ୍ରାନ୍ତି। ରଜ ସଂକ୍ରାନ୍ତି, ମକର ସଂକ୍ରାନ୍ତି ପରି ଗର୍ଭଣା ସଂକ୍ରାନ୍ତିର ବି ଆମ ପରମ୍ପରା ରେ ଏକ ବିଶେଷ ଭୂମିକା ରହିଥାଏ। ଚାଷୀ ଟିଏ ନିଷ୍ଠାର ସହ ବିଲକୁ ଯାଇ ଯାଉ ପ୍ରସ୍ତୁତ କରି ଧାନଗଛକୁ ପୂଜା କରି ଥାଏ ଏବଂ ଭଲ ଅମଳ ହେବ ବୋଲି ବିଶ୍ୱାସ ରଖିଥାଏ। ଅନେକ ପର୍ବ କୃଷି ସମ୍ବନ୍ଧୀୟ ହୋଇଥିଲା […]
