ସିମୁଳିଆ- ସିମୁଳିଆ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ବରିରେ ବିଦ୍ୟାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସବ ପାଳିତ ହୋଇଯାଇଛି। ପ୍ରଥମେ ବିଦ୍ୟାଳୟ ତରଫରୁ ଅତିଥିମାନଙ୍କୁ ଫୁଲତୋଡ଼ା ଉତ୍ତରୀୟ ଦେଇ ସ୍ୱାଗତ କରାଯିବା ସହ
ମୁଖ୍ୟଅତିଥି ତଥା ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ଦ୍ୱାରା ପିଏମ ଶ୍ରୀ ବିଦ୍ୟାଳୟ ର ଶିଳାନ୍ୟାସ କରାଯିବା ପରେ ବିଦ୍ୟାଳୟର ପ୍ରତିଷ୍ଠାତାଙ୍କ ସମେତ ସମସ୍ତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଅତିଥିଙ୍କ ଦ୍ୱାରା ଉତ୍ସବ ପାର୍ଶ୍ୱରେ କରାଯାଇଥିବା ଷ୍ଟଲ ସାହିତ୍ୟ ସୃଜନୀ, ଜିଜ୍ଞାସା, କୌଶଳୀ, କ୍ରୀଡ଼ାଙ୍ଗନ, ଭିଜନ ଆଦି ଷ୍ଟଲ ଉଦଘାଟିତ ହୋଇଥିଲା। ସିମୁଳିଆ ବ୍ଲକ ଶିକ୍ଷାଧିକାରୀ ସୁଧାଂଶୁ ଶେଖର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ପିଏମଶ୍ରୀ ଉତ୍ସବରେ ମୁଖ୍ୟଅତିଥି ରୂପେ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ଯୋଗଦେଇ ବିଦ୍ୟାଳୟର ଉନ୍ନତି ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିବା ସହ ଛାତ୍ରଛାତ୍ରୀ ଭଲ ମଣିଷ ହୋଇ ସ୍କୁଲ ଓ ଦେଶର ଟେକ ରଖିବାକୁ ପରାମର୍ଶ ଦେଇଥିଲେ।

ଅତିଥିମାନେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ହସ୍ତଲିଖିତ ପତ୍ରିକା ଉନ୍ମୋଚନ କରିଥିଲେ |ଏହି ଉତ୍ସବରେ ମୁଖ୍ୟ ବକ୍ତା ରୂପେ ପୂର୍ବତନ ପ୍ରଧାନ ଶିକ୍ଷକ ତଥା କବି ପୂର୍ଣଚନ୍ଦ୍ର ମହାଳିକ, ବିଶିଷ୍ଠ ଅତିଥି ଭାବେ ସିମୁଳିଆର ଭାରପ୍ରାପ୍ତ ତହସିଲଦାର ନିତ୍ୟାନନ୍ଦ ସେଠୀ, ରାଣୀତାଲ ଆଞ୍ଚଳିକ କୃଷି ନିର୍ଦେଶକ ତଥା ବୈଜ୍ଞାନିକ ବିଶ୍ୱ ରଞ୍ଜନ ନାୟକ, ସମ୍ମାନିତ ଅତିଥି ଭାବେ ଅଗରପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ମହାନ୍ତି, ପୂର୍ବତନ ପ୍ରଧାନ ଶିକ୍ଷକ ଚତୁର୍ଭୁଜ ପାଣିଗ୍ରାହୀ, ବରି ପଂଚାୟତର ସରପଞ୍ଚ ବିମଳ ଲୋଚନ ଲେଙ୍କା, ପୁରାତନ ଛାତ୍ର ସଂସଦର ସଭାପତି ରାଧାରମଣ ପଟ୍ଟନାୟକ, ସିମୁଳିଆର ଆୟୁଷ ଡାକ୍ତର ସୋନାଲି ପତି ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟ, ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଶିକ୍ଷକ ହିତେଶ ସାମଲ ଏବଂ ଶିକ୍ଷୟତ୍ରୀ ମନୋରମା ସାହୁ ଅତିଥି ପରିଚୟ ମଞ୍ଚ ଆହ୍ୱାନ କରିଥିଲେ। ବରିଷ୍ଠ ଶିକ୍ଷୟତ୍ରୀ ରଶ୍ମିରେଖା ଦାସ ପିଏମଶ୍ରୀ ବିବରଣୀ ପାଠ କରିଥିବା ବେଳେ ଶେଷରେ ଶିକ୍ଷକ ବିପଦ ଭଂଜନ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକଙ୍କ ସମେତ ପୁରାତନ ଛାତ୍ରଛାତ୍ରୀ ମଧ୍ୟ ଏହି ପିଏମଶ୍ରୀ ଉତ୍ସବରେ ଅଂଶ ଗ୍ରହଣ କରିଥିଲେ।
