ନୀଳଗିରି: ଖେଳରେ କିକ୍ ମରାକୁ କେନ୍ଦ୍ରକରି ଜଣେ ଛାତ୍ରଙ୍କୁ ସହପାଠୀମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ଆସିଛି। ଏଥିରେ ନବମ ଶ୍ରେଣୀ ଛାତ୍ର ଅଭିରାମ ଦାସ ଗୁରୂତର ହୋଇ ବାଲେଶ୍ୱର ଫକୀର ମୋହନ ମେଡିକାଲ୍ କଲେଜରେ ଭର୍ତ୍ତି ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ନୀଳଗିରି ଥାନା ସନ୍ତରାଗଡିଆ ହାଇସ୍କୁଲରେ । ହାଇସ୍କୁଲ ପରିସରରେ ନବମ ଶ୍ରେଣୀର ଛାତ୍ରମାନେ ୩ ଦିନ ତଳେ ଫୁଟବଲ ଖେଳରେ ହୋଇଥିବା ଫାଉଲ ପାଇଁ ବାରୁଦଖାନା ଗାଁର ଜୟଦେବ ଦାସଙ୍କ ପୁଅ ଅଭିରାମକୁ ମାରଣାତ୍ମକ ଆକ୍ରମଣ କରିଥିଲେ। ବି ସେକ୍ସନର ୪ରୁ ୫ ଜଣ ଛାତ୍ର ମିଶି ଅଭିରାମଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ପ୍ରଥମେ ସନ୍ତରାଗଡିଆ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯିବା ପରେ ଫକୀରମୋହନ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। ଉକ୍ତ ଛାତ୍ରମାନେ ଅଭିରାମକୁ ଜୀବନରୁ ମାରିଦେବା ପାଇଁ ବ୍ୟାଗରେ ମାରଣାସ୍ତ୍ର ଆଣିଥିବା ମଧ୍ୟ ଅଭିଯୋଗ ହୋଇଛି। ଆକ୍ରମଣ ସମୟରେ ଖେଳ ପଡିଆରେ କାମ କରୁଥିବା ଶ୍ରମିକମାନେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅଭିଭାବକଙ୍କୁ ଜଣାଇବା ପରେ କଥା ପ୍ରଘଟ ହୋଇଥିଲା। ସେପଟେ ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏନେଇ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି।
Related Posts
ଦେଶୀ ମଦ ଜବତ, ୩ଜଣ ଗିରଫ ।
ସିମୁଳିଆ : ସିମୁଳିଆ ଥାନା ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଦେଶୀ ମଦ ସମେତ ୩ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହ୍ଲାଦ ସାମଲ ଏବଂ ଅନ୍ୟ ଅଧିକାରୀମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସିମୁଳିଆ ଥାନା ଅନ୍ତର୍ଗତ ଅବଜୁଣା, ବରପଡ଼ିଆ ଛକ ଓ ବଣା ଗ୍ରାମରେ ଚଢ଼ାଉ କରାଯାଇ ୮୦ ଲିଟର ଦେଶୀ […]
ଚାଲୁଛି କାମ, ଧସିଯାଉଛି ରାସ୍ତା ! ନିମ୍ନମାନର କାମକରି ହରିଲୁଟ କରୁଛି ଠିକାଦାର ! କାହିଁକି ଚୁପ ବସିଛନ୍ତି ଅଧିକାରୀ?
ସୋର, (ନୀଳାଦ୍ରୀ ନ୍ୟୁଜ୍ ) : ଚାଲୁଛି କାମ, ଧସି ଯାଉଛି ରାସ୍ତା। ନିମ୍ନମାନର କାମ ହୋଇଥିବାରୁ ୩ମାସ ଯାଉ ନାହିଁ ରାସ୍ତା କାର୍ଯ୍ୟ। କେଉଁଠି ଫାଟି ଆଁ କଲାଣି ତ ଆଉ କେଉଁଠି ଧସି ଗଲାଣି ? ବିଭାଗୀୟ ଅଧିକାରୀ ମାନେ ଘଟଣା ସ୍ଥଳକୁ ଯାଉ ନଥିବାର ଅଭିଯୋଗ ଆସିଥିବା ବେଳେ ଠିକାଦାର ଜଣକ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ନିଜକୁ ସର୍ବେ ସର୍ବା ଭାବି କାର୍ଯ୍ୟ କରୁଛନ୍ତି। ଯାହା ଫଳରେ ରାସ୍ତା ଧସି ଯାଉଛି ବୋଲି […]
ରୋଲରକୁ ଧକ୍କା ଦେଲା ଓମନି ଗାଡ଼ି, ୭ଜଣ ଗୁରୁତର!
ସୋରୋ – (ନିଳାଦ୍ରୀ ନ୍ୟୁଜ୍) : ବାଲେଶ୍ବର ଜିଲ୍ଲା ସୋର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟସ୍ଥ ଷ୍ଟାର୍ ହୋଟେଲ ସମ୍ମୁଖରେ ଏକ ଓମନି ଗାଡି ରାସ୍ତାପାର୍ଶ୍ଵରେ ଛିଡ଼ା ହୋଇଥିବା ଏକ ରୋଲର୍ ସହିତ ଧକ୍କା ହୋଇଥିଲା। ଯାହା ଫଳରେ ଓମନି ଗାଡ଼ିର ସମ୍ମା ପଟ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେବା ସହିତ ଗାଡ଼ିରେ ଥିବା ୭ ଜଣ ଯାତ୍ରୀ ଆହତ ହୋଇଥିଲେ। ସେଥିମଧ୍ୟରୁ ୨ ଜଣ ଶିଶୁ ଏବଂ ୫ଜଣ ବୟସ୍କ ବ୍ୟକ୍ତି […]
