ବାଲେଶ୍ଵର: ଆସନ୍ତା କାଲି ବିଜେପି ଦଳରେ ସାମିଲ ହୋଇପାରନ୍ତି ବାଲେଶ୍ଵର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା। ଏଭଳି କିଛି ସୂଚନା ଦେଇଛନ୍ତି ଜଣେ ବିଜୁ ଛାତ୍ର ଜନତା ଦଳର ଆଗ ଧାଡ଼ିର ନେତା। ତାଙ୍କ କହିବା ଅନୁଯାୟୀ ଯେ ବିଜେଡିରେ ଥିବା ବେଳେ ଦଳର ବଡ଼ ନେତା ସେମାନଙ୍କୁ ପଚରା ଯାଉ ନଥିଲା। ଯାହା ଫଳରେ ସେମାନେ କୋଣଠେସା ହୋଇ।ରହୁଥିଲେ। ପୂର୍ବରୁ ଦଳ ଛାଡିବା କଥା କିନ୍ତୁ ବିଳମ୍ବ ହୋଇଛି କିନ୍ତୁ ଆସନ୍ତା କାଲି ବିଜେପିରେ ପୂର୍ବତନ ସାଂସଦ ମିଶି ପାରନ୍ତି। ସେଥିପାଇଁ ଯୋଜନା ପ୍ରସ୍ତୁତ ଚାଲିଛି। ତାଙ୍କ ସହିତ ଅନେକ ବଡ଼ ବଡ଼ ନେତା ଏବଂ ଛାତ୍ର ନେତାମାନେ ଯୋଗ ଦେଇପାରନ୍ତି। ଯାହା ସୂଚନା ରହିଛି ଯେ ଆଜି ବିଜେଡି ଛାଡ଼ିଲେ ବିଜୁ ଜନତା ଦଳର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା । ବିଜେଡି ସୁପ୍ରିମୋଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ସେ ଲେଖିଛନ୍ତି । ତାଙ୍କ ସ୍ତ୍ରୀ ଏବେ ବିଜେଡିରୁ ବସ୍ତା ନିର୍ବାଚନ ମଣ୍ତଳୀରେ ବିଧାୟକ ଅଛନ୍ତି । ବିଜେଡିକୁ ବଡ଼ ଝଟକା।ଲାଗିଛି। ଦଳ ଛାଡ଼ିଲେ ବାଲେଶ୍ୱର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା
Related Posts
ଗୁଟୁଖା ଦୋକାନ ଉପରେ ଚଢ଼ାଉ, ଫାଇନ ଆଦାୟ।
ନୀଳାଦ୍ରୀ ନ୍ୟୁଜ୍ ବ୍ୟୁରୋ : ଗୁଟୁଖା ଓ ପାନ ମସଲା ବିକ୍ରି କରୁଥିବା ଦୋକାନ ଉପରେ ଡ୍ରଗ୍ସ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ। ବାଲେଶ୍ୱର ଜିଲ୍ଲା ଡ୍ରଗ୍ସ ବିଭାଗ ବାଲେଶ୍ୱର ରେଞ୍ଜର ଇନ୍ସପେକ୍ଟର ଲିସା ମଲ୍ଲିକଙ୍କ ନେତୃତ୍ୱରେ ଆଜି ଖଇରା ବଜାରରେ ଥିବା ଗୁଟୁଖା ଓ ପାନମସଲା ବିକ୍ରି କରୁଥିବା ଦୋକାନ ଉପରେ ଚଢ଼ାଉ କରି ସେମାନଙ୍କର ନିକଟରୁ ଜୋରିମାନା ଆଦାୟ ସହିତ ଚେତାବନୀ ଦେଇଥିଲେ l ଆଗାମୀ ଦିନରେ ଯଦି ଦୋକାନୀମାନେ ନମାନିବେ ତାଙ୍କ […]
ଫୁଟବଲ ଖେଳରୁ ଛାତ୍ର ସଂଘର୍ଷ : ନବମ ଶ୍ରେଣୀ ଛାତ୍ର ଗୁରୁତର।
ନୀଳଗିରି: ଖେଳରେ କିକ୍ ମରାକୁ କେନ୍ଦ୍ରକରି ଜଣେ ଛାତ୍ରଙ୍କୁ ସହପାଠୀମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ଆସିଛି। ଏଥିରେ ନବମ ଶ୍ରେଣୀ ଛାତ୍ର ଅଭିରାମ ଦାସ ଗୁରୂତର ହୋଇ ବାଲେଶ୍ୱର ଫକୀର ମୋହନ ମେଡିକାଲ୍ କଲେଜରେ ଭର୍ତ୍ତି ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ନୀଳଗିରି ଥାନା ସନ୍ତରାଗଡିଆ ହାଇସ୍କୁଲରେ । ହାଇସ୍କୁଲ ପରିସରରେ ନବମ ଶ୍ରେଣୀର ଛାତ୍ରମାନେ ୩ ଦିନ ତଳେ ଫୁଟବଲ ଖେଳରେ ହୋଇଥିବା ଫାଉଲ ପାଇଁ ବାରୁଦଖାନା ଗାଁର ଜୟଦେବ ଦାସଙ୍କ […]
ସିମୁଳିଆରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଏକତା ପଦଯାତ୍ରା ଅନୁଷ୍ଠିତ।
ସିମୁଳିଆ:ସର୍ଦ୍ଦାର ବଲ୍ଳଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଯୋଗଦେଇ ବିକଶିତ ଦେଶ ଓ ରାଜ୍ୟ ଗଠନରେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କର ଆହ୍ୱାନରେ ସମସ୍ତେ ସାମିଲ ହେବା ଉଚିତ। ରାଷ୍ଟ୍ରୀୟ ଏକତା ପ୍ରତିଷ୍ଠା ସହିତ ଆତ୍ମନିର୍ଭରଶୀଳ ଏବଂ ଶ୍ରେଷ୍ଠ ଭାରତ ଗଠନରେ ଏହି ଏକତା ପଦଯାତ୍ରା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମତବ୍ୟକ୍ତ କରିଛନ୍ତି। ସେହିପରି ନୂତନ […]
