ନୀଳଗିରି: ଖେଳରେ କିକ୍ ମରାକୁ କେନ୍ଦ୍ରକରି ଜଣେ ଛାତ୍ରଙ୍କୁ ସହପାଠୀମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ଆସିଛି। ଏଥିରେ ନବମ ଶ୍ରେଣୀ ଛାତ୍ର ଅଭିରାମ ଦାସ ଗୁରୂତର ହୋଇ ବାଲେଶ୍ୱର ଫକୀର ମୋହନ ମେଡିକାଲ୍ କଲେଜରେ ଭର୍ତ୍ତି ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ନୀଳଗିରି ଥାନା ସନ୍ତରାଗଡିଆ ହାଇସ୍କୁଲରେ । ହାଇସ୍କୁଲ ପରିସରରେ ନବମ ଶ୍ରେଣୀର ଛାତ୍ରମାନେ ୩ ଦିନ ତଳେ ଫୁଟବଲ ଖେଳରେ ହୋଇଥିବା ଫାଉଲ ପାଇଁ ବାରୁଦଖାନା ଗାଁର ଜୟଦେବ ଦାସଙ୍କ ପୁଅ ଅଭିରାମକୁ ମାରଣାତ୍ମକ ଆକ୍ରମଣ କରିଥିଲେ। ବି ସେକ୍ସନର ୪ରୁ ୫ ଜଣ ଛାତ୍ର ମିଶି ଅଭିରାମଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ପ୍ରଥମେ ସନ୍ତରାଗଡିଆ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯିବା ପରେ ଫକୀରମୋହନ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। ଉକ୍ତ ଛାତ୍ରମାନେ ଅଭିରାମକୁ ଜୀବନରୁ ମାରିଦେବା ପାଇଁ ବ୍ୟାଗରେ ମାରଣାସ୍ତ୍ର ଆଣିଥିବା ମଧ୍ୟ ଅଭିଯୋଗ ହୋଇଛି। ଆକ୍ରମଣ ସମୟରେ ଖେଳ ପଡିଆରେ କାମ କରୁଥିବା ଶ୍ରମିକମାନେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅଭିଭାବକଙ୍କୁ ଜଣାଇବା ପରେ କଥା ପ୍ରଘଟ ହୋଇଥିଲା। ସେପଟେ ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏନେଇ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି।
Related Posts
ଯୌତୁକ ପାଇଁ କରିଥିଲେ ହତ୍ୟା, ତିନି ଅଭିଯୁକ୍ତଙ୍କୁ ମିଳିଲା ଆଜୀବନ ସଶ୍ରମ କାରାଦଣ୍ଡ।
ସୋର(ନିଳାଦ୍ରୀ ନ୍ୟୁଜ୍) – ଏଡି.ଜେ ବିଚାରପତି ଏକ ଯୌତୁକ ହତ୍ୟା ମାମଲା ଗୁରୁତ୍ୱପୂର୍ଣ ରାୟ, ତିନି ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ରାୟ ଶୁଣାଇଛନ୍ତି l ୨୦୧୦ ମସିହାରେ ଉଲ୍ଲାସ ଖଡ଼ଗପୁର ଗାଁର ଗଙ୍ଗାଧର ବାରିକଙ୍କ ଝିଅ ସ୍ୱପ୍ନାକୁ ସିମୁଳିଆ ଗ୍ରାମର ସନ୍ତୋଷ ବାରିକ ବୈଦିକ ରୀତିରେ ବିବାହ କରିଥିଲେ l ବିବାହ ସମୟରେ କନ୍ୟା ଘର ପକ୍ଷରୁ ସନ୍ତୋଷକୁ ଯୌତୁକ ବାବଦରେ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା l ବିବାହ ପରେ ଅଧିକ ୫୦ […]
ସୋରରେ ପୁଣି ଦୁର୍ଘଟଣା, ଦୁର୍ଘଟଣାରେ ୪ଜଣ ଆହତ, ମେଡ଼ିକାଲରେ ଭର୍ତ୍ତି।
ସୋର – ବାଲେଶ୍ବର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ରେଳ ଓଭରବ୍ରିଜ୍ ସୋର ନିକଟରେ ଏକ ଆଇଚର ଏବଂ ଏକ କାର ମଧ୍ୟରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ କାରଟି ସୋରରୁ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ କାରର ପଛ ପାର୍ଶ୍ୱରେ ଆଇଚର ମଧ୍ୟ ସମାନ ଦିଗରେ ଯାଉଥିବା ବେଳେ କାରର ପଛ ପାର୍ଶ୍ୱରେ ଧକ୍କା ଦେଇଥିଲା। ଦୁର୍ଘଟଣା ଫଳରେ ଆଇଚର ର ସମ୍ମୁଖ ଭାଗ ଏବଂ କାରର ପଛ ପାର୍ଶ୍ୱ […]
ପୋଲିସ ଗାଡ଼ି ଖରାପ ଥିବା ଜାଣି, ଚୋରି କଲେ ଚୋର!
ନିଳାଦ୍ରୀ ନ୍ୟୁଜ୍ ବ୍ୟୁରୋ : ପୁଣି ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର। ୫ଟି ମନ୍ଦିରରେ ସିରିଜ ଚୋରି କରିବା ସହ ଦୁଇଟି ଘରକୁ କଳାକନା ବୁଲାଇଲେ ଦୁର୍ବୁତ୍ତ। ଏଭଳି ଘଟଣା ଦେଖିବାକୁ ମିଳିଛି ଖଇରା ଅଞ୍ଚଳରେ। ବାଲେଶ୍ୱର ଜିଲ୍ଲା ଖଇରା ଥାନା ମହତୀପୁର ପଞ୍ଚାୟତ ବଟେଶ୍ୱର ଗାଁର ଶିବମନ୍ଦିର, ଜଗନ୍ନାଥ ମନ୍ଦିର, କଣ୍ଟାପଡା ଗାଁର ଶାଇ ମନ୍ଦିର, କଣ୍ଟେଇଶୁଣି ମନ୍ଦିର, ଗାୟତ୍ରୀ ମନ୍ଦିର ସମେତ ୨ଟି ଘରୁ ଗତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। କିଛି ଦିନ […]
