ଆଜି ଦୀପାବଳୀ ଉପଲକ୍ଷେ ଘରେ ଘରେ ବାଣ, ଝରଝରି ଜଳାଇ ଉତ୍ସବ ମାନଉଥିବା ବେଳେ ବାଲେଶ୍ଵର ଜିଲ୍ଲା ସୋର ଦୀପାବଳିରେ ବାଣ ଫୁଟାଉଥିବା ବେଳେ ଜଣେ ଯୁବକଙ୍କ ହାତ ପାପୁଲି ଛିଣ୍ଡିଯାଇଥିବା ଜଣାପଡିଛି। ସୂଚନା ଅନୁସାରେ ସୋର ଥାନା ଗୋବିନ୍ଦପୁର ଗ୍ରାମର ବାବୁ ମହାନ୍ତି ଆଜି ସନ୍ଧ୍ୟାରେ ଘର ନିକଟରେ ଏକ ଚାଇନା ବାଣ ଫୁଟାଉଥିବା ବେଳେ ବାଣ ଟି ତାଙ୍କ ଡାହାଣ ହାତ ପାପୁଲିରେ ଫୁଟିଯାଇଥିଲା। ଫଳରେ ହାତରୁ ପାପୁଲି ଚଣ୍ଡିଯିବାରୁ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଚାଇନା ବାଣ ଫୁଟାଉ ଥିବା ବେଳେ ଛିଣ୍ଡିଗଲା ହାତ ପାପୁଲି !
