ବାଲେଶ୍ବର: ଆମିଷ ମଧ୍ୟରେ ମାଛ ମାଂସ ଯେତିକି ଲୋକ ପ୍ରିୟ ଶୁଖୁଆର ମଧ୍ୟ ଏକ ଭିନ୍ନ ପରିଚୟ ରହିଛି। ଶୁଖୁଆଟିଏ ଥିଲେ ଭାତ ଆପେ ଆପେ ଉଠିଯାଏ । ବାଲେଶ୍ଵର ଜିଲ୍ଲା ବାରିକପୁର ହାଟରେ ମିଳୁଛି ଭଲିକି ଭଳି ଶୁଖୁଆ। ବହୁ ବର୍ଷ ଧରି ଏହି ଶୁଖୁଆ ମାର୍କେଟରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥାଏ। ଲୁଣି, ଅଲଣା, ଚିଙ୍ଗୁଡ଼ି, ପତିରି, ଇଲିସି ଆଦି ବିଭିନ୍ନ ପ୍ରକାର ଶୁଖୁଆର ଚାହିଦା ରହିଥିବାର ଦୋକାନୀ ମାନେ କହିଛନ୍ତି। ଧାମରା, କଷାଫଳ, ବଳରାମଗଡି ଆଦି ବିଭିନ୍ନ ଅଞ୍ଚଳରୁ ଶୁଖୁଆ ଆଣି ବରିକପୁର ହାଟରେ ବେପାରୀ ମାନେ ବିକ୍ରି କରିଥାନ୍ତି। ସବୁ ଠାରୁ ବଡ଼ କଥା ହେଲା ଶୁଖୁଆ ଏଠାରେ ଦୁଇ ପ୍ରକାରର ଶୁଖୁଆ ରହିଛି।

ଯଦି କେହି ଗ୍ରାହକ କମ ମୂଲ୍ୟରେ ନିଅନ୍ତି ତାହେଲେ କେମିକାଲ ମିଶାଯାଇଥିବା ଶୁଖୁଆ ନିଅନ୍ତି । ଯାହା ସ୍ୱାଦିଷ୍ଟ ଲାଗି ନଥାଏ । ଏହା ସହ ଆଉ କିଛି ଦାମି ଶୁଖୁଆ । ଯାହାର ମୂଲ୍ୟ ଟିକିଏ ଅଧିକ ଥାଏ କିନ୍ତୁ ଏହା ପାଟିକୁ ସ୍ବାଦିଷ୍ଟ ଲାଗିବା ସହ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଭଲଥାଏ । ଏଥି ସହିତ ବେପାରୀ ମାନେ ଅଧିକ ମୂଲ୍ୟ ଥିବା ଶୁଖୁଆ ନେବାକୁ ଗ୍ରାହକ ମାନଙ୍କୁ ପରାମର୍ଶ ଦେଇଛନ୍ତି। ସବୁ ମାର୍କେଟ ଠାରୁ ଏହି ମାର୍କେଟରେ ଭଲ ଶୁଖୁଆ ସାଙ୍ଗକୁ ଭଲ ମୂଲ୍ୟରେ ଶୁଖୁଆ ମିଳୁ ଥିବାରୁ ବହୁ ଦୂରଦୂରାନ୍ତରୁ ଲୋକମାନେ ଆସୁ ଶୁଖୁଆ ନେଇ ଯାଇଥାନ୍ତି। ଲୁଣି ଅଲଣି ଠାରୁ ଆରମ୍ଭ କରି ୧୦୦ରୁ ଉର୍ଦ୍ଧ ପ୍ରଜାତିର ମିଳୁଛି ଶୁଖୁଆ, ଜମୁଛି ଭିଡ ଶୁଖୁଆ ମାର୍କେଟରେ ନାହିଁ ନଥିବା ଭିଡ଼ । କେମିକାଲ ଫ୍ରି ଶୁଖୁଆ ମିଳୁଥିବାରୁ ଏହାକୁ ନେବା ପାଇଁ ଜମୁଛି ଭିଡ। ଆପଣ ମାନେ ସେଠାକୁ ଯାଇ ବିଭିନ୍ନ ପ୍ରକାରର ଶିଖୁଆ କିଣି ପାରିବେ।

