ସିମୁଳିଆ,(ନୀଳାଦ୍ରୀ ନ୍ୟୁଜ୍) ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୮ ତମ ଜନ୍ମଦିନ ଉପଲକ୍ଷେ ବିଜେପି ସିମୁଳିଆ ନିର୍ବାଚନ ମଣ୍ଡଳୀ ଓ ଆମ ଓଡିଶା ମିଳିତ ଆନୁକୂଲ୍ୟରେ ସିମୁଳିଆ ପଂଚାୟତ ସମିତି ସଭାଗୃହରେ ମେଗା ରକ୍ତଦାନ ଶିବିର ଉତ୍ସାହ ଓ ଉଦିପନାର ସହିତ ଅନୁଷ୍ଠିତ ହୋଇଯାଇଛି। ମେଗା ରକ୍ତଦାନ ଶିବିରକୁ ସିମୁଳିଆ ବିଧାୟକ ତଥା ବାଲେଶ୍ୱର ଯୋଜନା ବୋର୍ଡ ଅଧ୍ୟକ୍ଷ ପଦ୍ମଲୋଚନ ପଣ୍ଡା ଅନୁଷ୍ଠାନିକ ଭାବେ ଉଦଘାଟନ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିକାଶ ପୁରୁଷ ବୋଲି କହିବା ସହିତ ତାଙ୍କର ଦୀର୍ଘାୟୁ କାମନା କରିଥିଲେ। ସମସ୍ତ ରକ୍ତଦାତା ମାନଙ୍କୁ ଦ୍ୱିତୀୟ ଭଗବାନ ସହିତ ତୁଳନା କରିଥିଲେ। ସମ୍ମାନିତ ଅତିଥି ଭାବେ ଯୁବ ନେତା ତଥା ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଡାକ୍ତର ଅଣୁମାଧବ ପଣ୍ଡା, ଅନ୍ୟତମ ଅତିଥି ଭାବେ ଯୁବ ସମାଜସେବୀ ଡକ୍ଟର ନୀଳମାଧବ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ମାନସ ଦାସ, ଯୁବ ମୋର୍ଚ୍ଚା ମଣ୍ଡଳ ସଭାପତି ସତ୍ୟବ୍ରତ ଗାହାଣ, ମଣ୍ଡଳ ସଭାପତି ଅବିନାଶ ବେହେରା ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।
ଉଦଳା ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡକ୍ଟର ଖଗେଶ୍ୱର ସିଂଙ୍କ ନେତୃତ୍ୱରେ ଅବିନାଶ କର, ପ୍ରଦୀପ କୁମାର ଦଳାଇ, ଅଭିନ୍ନ ସୁନ୍ଦର ନାୟକ, ଶ୍ରବଣ କୁମାର ବେହେରା, ବିସ୍ମୟ ସେନ ନାୟକ, କୃଷ୍ଣ ଚନ୍ଦ୍ର ମାରାଣ୍ଡି, ଅଜିତ ସିଂ, ଜିତୁ ସେଠୀ ମାନସ ରଞ୍ଜନ ମହାନ୍ତି ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୮ତମ ଜୟନ୍ତୀ ଅବସରରେ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ଓ ଯୁବନେତା ଡକ୍ଟର ନୀଳମାଧବ ପଣ୍ଡା ଓ ଡାକ୍ତର ଅଣୁମାଧବ ପଣ୍ଡା ପ୍ରମୁଖ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ। ସମ୍ବାଦର ସାମ୍ବାଦିକ ତଥା ଆମ ଓଡିଶାର ସଂଯୋଜକ କୃଷ୍ଣ ଚନ୍ଦ୍ର ଭୂୟାଁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ବିଶାଳ ରକ୍ତଦାନ ଶିବିରରେ ଜିଲ୍ଲା ପରିଷଦ ସଭ୍ୟ ମାନସ ଦାସ, ମାର୍କୋଣା ମଣ୍ଡଳ ସଭାପତି ଅବିନାଶ ବେହେରା ମାର୍କୋଣା ମଣ୍ଡଳ ଯୁବ ନେତା ସତ୍ୟବ୍ରତ ଗାହାଣ, ଭାଗିରଥି ସେଠୀ, ସୁଦାମା ମହାନ୍ତି, ବିଜେପି ଉପସଭାପତି ଭାରତୀ ମଲ୍ଲିକ, ଯୁବ ନେତା ଧରଣୀଧର ବାରିକ, ତପନ ଦାସ, କିଶୋରକୁମାର ଦାସ,ଯୁବ ନେତା ନିରଞ୍ଜନ ନାୟକକୃଷକ ମୋର୍ଚ୍ଚାର , ଅକ୍ଷୟ ବିଶ୍ୱାଳ, ମନୋରଞ୍ଜନ ହାତୀ, ସରପଞ୍ଚ ଧରଣୀଧର ନାୟକ, କୃଷ୍ଣ ଚନ୍ଦ୍ର ବେହେରା, ରତିକାନ୍ତ ସାହୁ, ଇନ୍ଦ୍ରମଣି ବୋଇତି, ଧନେଶ୍ୱର ବୋଇତି, ଯୁବ ନେତା ହରେକୃଷ୍ଣ ପତିଙ୍କ ସମେତ ଦଳୀୟ ସରପଞ୍ଚ, ଦଳୀୟ କର୍ମକର୍ତ୍ତା ପ୍ରମୁଖ ସହଯୋଗ କରିଥିଲେ। ପ୍ରବଳ ଗରମ ସତ୍ୱେ ୧୦୦ ୟୁନିଟ ରକ୍ତ ସଂଗୃହିତ ହୋଇ ଥିବାରୁ ବିଧାୟକ ପଦ୍ମଲୋଚନ ପଣ୍ଡା ରକ୍ତଦାତାଙ୍କ ସମେତ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।
