NILADRI NEWS :: ପ୍ରଶାସନର ଖାମଖିଆଲି ନିତି ପାଇଁ ଜବତ ବାଣ ନିଷ୍କ୍ରିୟରେ ବିରାଟ ବିସ୍ଫୋରଣରେ ଛଅ ଗାଁର ଶତାଧିକ ପ୍ରଭାବିତ ହୋଇଥିବା ବେଳେ କିଛି ଲୋକଙ୍କର ଘରଦ୍ୱାର ଭାଙ୍ଗି ଥିବା ନେଇ ଅଭିଯୋଗ ଆସିଛି।ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ତଳନଗର ପଞ୍ଚାୟତ ବେହେରା ସାହିରେ ପୋଲିସ ବେଆଇନ ଜବତ ବାଣ ବିସ୍ଫୋରଣ ବେଳେ ଅଘଟଣ ଘଟି ଛଅ ଗାଁରେ ଶତାଧିକ ପରିବାରର ଛାତ ଖସିବା, କାନ୍ଥ ଫାଟିବା, କାଚ ଝର୍କା ଭାଙ୍ଗି ଯାଇଥିବା ନେଇ ଅଭିଯୋଗ କରିଛନ୍ତି। ସ୍ଥାନୀୟ ପ୍ରଶାସନ ବିପୁଳ ପରିମାଣରେ ଜବତ ବେଆଇନ ବାଣକୁ ବିସ୍ପୋରଣ ଯୋଗୁ ଛଅ ଗ୍ରାମବାସୀ କ୍ଷତିଗ୍ରସ୍ତ ହୋଇଛନ୍ତି। ପୋଲିସ ଓ ତହସିଲ ପକ୍ଷରୁ ଏକ କାଳୀନ ବେଆଇନ ଜବତ ବାଣକୁ ପିକଅପରୁ ଅନଲୋଡ଼ କରି ଜେସିପିରେ ମାଟି ଗାତ ଖୋଳି ଜବତ ବାଣକୁ ବେହେରା ସାହିରେ ବିସ୍ଫୋରରଣ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ପବିତ୍ର ଦିପାବଳୀ ଅବସରରେ ପୋଲିସ ଓ ତହସିଲ ପକ୍ଷରୁ ଖାମଖିଆଲି ମନୋଭାବ ପାଇଁ ତଳନଗର ପଞ୍ଚାୟତର ସାଲମପୁର, ଅସ୍ତବାଙ୍କ, ସୁନାରୀ, ତଳନଗର ଗ୍ରାମ ଓ ସବିରା ପଞ୍ଚାୟତ ରାଧିକାନଗର କ୍ଷତିଗ୍ରସ୍ତ ହୋଇଛି l କିଛି କ୍ଷତିଗ୍ରସ୍ତ ପରିବାର ଥାନାରେ ଅଭଯୋଗ କରିଛନ୍ତି l ପ୍ରଶାସନ ଅପରିଣାମଦର୍ଶି ଯୋଗୁଁ କାକୁଆ ଭୟ ଓ କ୍ଷତିଗ୍ରସ୍ତ ପରିବାରଙ୍କୁ କ୍ଷତି ଦେବାକୁ ତଳନଗର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ଦାସ ଓ ସବିରା ସରପଞ୍ଚ ରାଜୀବ ରାଉତ ଦାବି କରିଛନ୍ତି। ଏ ସମ୍ପର୍କରେ କୌଣସି ସୋର ପୋଲିସ ଓ ତହସିଲଦାରଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ।
ବିରୋ ରିପୋର୍ଟ : ନିଳାଦ୍ରୀ ନ୍ୟୁଜ୍
SORO NEWS, BIG NEWS, BALESWAR NEWS
