ବରିଷ୍ଠ ନାଗରିକ ମଞ୍ଚ ତରଫରୁ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ।


ନୀଳାଦ୍ରୀ ବ୍ୟୁରୋ :: ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକରେ,” ସିମୁଳିଆ ବରିଷ୍ଠ ନାଗରିକ ମଞ୍ଚ, ମାର୍କୋଣାର ୮ମ ବାର୍ଷିକ ଉତ୍ସବ ତଥା ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ମହାସମାରୋହରେ ବ୍ଲକ ସଭା ଗୃହରେ ପାଳିତ ହୋଇଯାଇଛି। ଆଜି ସକାଳେ ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଡ଼ା କ୍ରିଷ୍ଣା ମୁଖାର୍ଜୀ ଓ ଡ଼ା ସୋନାଲି ପତି। ସିମୁଳିଆ ବାର୍ଷିକ ସମାବେଶରେ ଜିଲ୍ଲା ଉପସଭାପତି ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ପ୍ରଧାନ ଓ ଜିଲ୍ଲା ସାଧାରଣ ସଂପାଦକ ଶ୍ରୀଯୁକ୍ତ ଦାମୋଦର ନାୟକ , ସିମୁଳିଆ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଶ୍ରୀଯୁକ୍ତ ଶ୍ରୀନିବାସ ଧଳ, କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମହାପାତ୍ର, ସାଧାରଣ ସଂପାଦକ ଶ୍ରୀଯୁକ୍ତ ଶିବାନନ୍ଦ ପାଢୀ, ଉପଦେଷ୍ଟା ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମହାଳିକ, ଶ୍ରୀଯୁକ୍ତ ଚତୁର୍ଭୁଜ ପାଣିଗ୍ରାହୀ, ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡ଼ା ସୋନାଲି ପତି ଏଵଂ ବିଧାୟକଙ୍କ ପ୍ରତିନିଧି ଭାବେ ଶ୍ରୀଯୁକ୍ତ ରାଧା ରମଣ ପଟ୍ଟନାୟକ ମଞ୍ଚାସୀନ ରହି ବରିଷ୍ଠ ନାଗରିକଙ୍କୁ ବିଭିନ୍ନ ପ୍ରସଙ୍ଗରେ ଅଭିଭାଷଣ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଦିବଙ୍ଗତ ପୁଣ୍ୟାତ୍ମା ମହାତ୍ମା ଗାନ୍ଧୀ ଓ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା ଓ ପରେ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ଧୂପ ଦୀପ ଓ ପୁଷ୍ପାଞ୍ଜଳି ଦେଇ, ଜାତୀୟ ସଙ୍ଗୀତ ଗାନ କରାଯାଇ ସଭା କାର୍ଯ୍ୟ ଆରମ୍ଭ କରା ଯାଇଥିଲା। ଏଥିରେ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଶିବାନନ୍ଦ ପାଢୀ ମଞ୍ଚ ପରିଚାଳନା କରିଥିଲେ ଏବଂ ବାର୍ଷିକ ବିବରଣୀ ପାଠ କରିଥିଲେ।”ସାୟମ୍ ଜ୍ୟୋତି” ପତ୍ରିକାର ଶୁଭ ଉନ୍ମୋଚନ ମଞ୍ଚର ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦାମୋଦର ନାୟକ କରିଥିଲେ ଏବଂ ମଞ୍ଚର ସଭ୍ୟମାନଙ୍କୁ ପରିଚୟପତ୍ର ଯଥାଶୀଘ୍ର ମିଳିଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଶେଷରେ ଉପସଭାପତି ଶ୍ରୀଯୁକ୍ତ ଭାଗିରଥି ବନ୍ଧ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସଭାପତି ଶ୍ରୀଯୁକ୍ତ ଶ୍ରୀନିବାସ ଧଳ ସଭା ଭଙ୍ଗ କରାଇ ଥିଲେ। ଶେଷରେ ସିମୁଳିଆ ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସଂପାଦକ ଶ୍ରୀଯୁକ୍ତ ଶିବାନନ୍ଦ ପାଢୀ ଆଗାମୀ ଦିନରେ ଏହି ମଞ୍ଚ ଆହୁରି ଦୃଢ଼ିଭୂତ ହୋଇ ଆଗକୁ ଆହୁରି ସଫଳତା ଆଣିପାରିବ ବୋଲି ମତବ୍ୟକ୍ତ କରିଥିଲେ।ଶେଷରେ ସିମୁଳିଆର ବରିଷ୍ଠ ସାମ୍ବାଦିକ କୃଷ୍ଣଚନ୍ଦ୍ର ଭୂୟାଁଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ଓ ମାନ ପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।

Leave a Reply

Your email address will not be published. Required fields are marked *