ନିଳାଦ୍ରୀ ବ୍ୟୁରୋ :: କିଡନୀ ରୋଗରେ ପୀଡ଼ିତ ହୋଇ ଜୀବନ ସହ ସଂଗ୍ରାମ କରୁଥିବା ଯୁବ ସାମ୍ବାଦିକଙ୍କର ଆଜି ଅକାଳ ବିୟୋଗ ଘଟିଛି। ଯାହାକୁ ନେଇ ସମସ୍ତ ସାମ୍ବାଦିକଙ୍କ ମହଲରେ ଦୁଃଖର ଛାୟା ଖେଳିଯାଇଛି। ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସାଉଁଣ୍ଡିଆ ଗ୍ରାମର କିଶୋର ବେହେରା। କିଶୋର ଖଇରା ବ୍ଲକ୍ ପାଇଁ ସାମ୍ବାଦିକ ବୃତ୍ତିକୁ ଆପଣେଇ ନେଇ ଲୋକଙ୍କ ପାଇଁ ଏବଂ ସ୍ଥାନୀୟ ପ୍ରଶାସନଙ୍କ ପାଇଁ ତାଙ୍କ କଲମ ମୁନରେ ଅନେକ ହିତ କାର୍ଯ୍ୟ କରିଛନ୍ତି।

କିଶୋର ୨୦୨୦ ମସିହାରୁ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିଲେ। ଦେହ ଅସୁସ୍ଥ ହେବାରୁ ଡାକ୍ତରଙ୍କ ପାଖକୁ ଯାଇ ପରୀକ୍ଷା ନିରୀକ୍ଷା କରିବା ପରେ ଦୁଇଟି କିଡିନ ନଷ୍ଟ ହୋଇଥିବାର ଜାଣିବାକୁ ପାଇଥିଲେ। ସେବେଠାରୁ ଧାର କରଜ କରି ଚିକିତ୍ସା ହୋଇ ଆସୁଥିଲେ। ଡ଼ାଇଲିସିସ ଚାଲୁଥିବା ବେଳେ କିଡନୀ ପ୍ରତିରୋପଣ କରିବା ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକ ରହିଥିଲା। କିଶୋରଙ୍କର ନିଜର କେହି ନଥିବା ବେଳେ ଭାଇ ଭାଉଜଙ୍କର ପାଖରେ ରହି ଆସୁଥିଲେ। ଚିକିତ୍ସାର ସମସ୍ତ ଟେଷ୍ଟ ସରିଥିବା ବେଳେ ଦୁଇଟି ଯାକ କିଡନୀ ନଷ୍ଟ ହେବା ଓ ତାର ପ୍ରତ୍ୟାରୋପଣର ପାଇଁ ଅର୍ଥ ସାଜିଥିଲା ବାଧକ। ଯାହାକୁ ନେଇ ଆର୍ଥିକ ଅନାଟନ ଭିତରେ ଗତିକରୁଥିବା ଅସହାୟ କିଶୋର ସରକାରଙ୍କ ସ୍ୱତନ୍ତ୍ର ସହାୟତା ପାଇଁ ଅପେକ୍ଷା କରିଥିଲେ। ଶେଷରେ ଆଜି ତାଙ୍କର ସୋର ମେଡ଼ିକାଲରେ ଅକାଳ ବିୟୋଗ ଘଟିଛି।

ଯୁବ ସାମ୍ବାଦିକ କିଶୋର ବେହେରା(ଫାଇଲ ଫୋଟ)
