ନିଳାଦ୍ରୀ ନ୍ୟୁଜ୍ ବ୍ୟୁରୋ // – ସ୍ତ୍ରୀ ଥିଲେ ସରକାରୀ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ। ବିଦ୍ୟାଳୟ ଭିତରେ ପଶି ସ୍ଵାମୀ କରୁଥିଲେ ଖେଳ। କୁଆଡ଼େ ସେହି ବିଦ୍ୟାଳୟରେ ସର୍ବେ ସର୍ବା ଥିଲେ ସ୍ଵାମୀ ଜଣଙ୍କ।
ହଁ ଆଜ୍ଞା ଆମେ ଏମିତି କିଛି କହିବାକୁ ଯାଉଛୁ ଯାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ ଦର୍ଶକ ବନ୍ଧୁ। ଆମେ କହୁଛୁ ବାଲେଶ୍ଵର ଜିଲ୍ଲା ସିମୁଳିଆ ଅଞ୍ଚଳରେ ଥିବା ଗୌରଗଡି ବିଦ୍ୟାଳୟ କଥା। ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ନାତୁଣୀ ବୟସର ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ସହିତ ଯାହା କରିଛନ୍ତି ତାହା ଶୁଣିଲେ ଆପଣ ମାନେ ଛି ଛି କହିବେ ଦର୍ଶକ ବନ୍ଧୁ। କିନ୍ତୁ ଆମେ ନିୟମ କାନୁନୁ ସମ୍ମାନ ଦେଇ ଆମେ ସେ ସମ୍ପର୍କରେ କିଛି କହି ପାରୁ ନାହୁଁ। କିନ୍ତୁ ସେହି ଛାତ୍ରୀଙ୍କ ସହ ଅସଦାଚରଣ କରିଥିବା ନେଇ ଛାତ୍ରୀ ଜଣଙ୍କ ପରିବାର ଲୋକ ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ସିମୁଳିଆ ପୋଲିସ ଅଭିଯୁକ୍ତ ସ୍ୱାମୀକୁ ୫୨୫/୨୫ମୂଳେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି। ଏ ସମ୍ପର୍କରେ କଣ ଅଭିଯୋଗ ହୋଇଛି ପିଡିତାଙ୍କ ବାପାଙ୍କ ମୁହଁରୁ ଆସନ୍ତୁ ଶୁଣି ନେବା।
ଶୁଣିଲେ ତ ପିଡିତାଙ୍କ ବାପା କଣ କହିଲେ ଏବେ ଶୁଣନ୍ତୁ କଣ କହୁଛନ୍ତି ଚାଇଲଡ଼ ହେଲ୍ପ ଲାଇନ ଅଧିକାରୀଙ୍କ ପ୍ରତିକ୍ରିୟା ମଧ୍ୟ ଶୁଣି ନିଅନ୍ତୁ। ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜଣକ କିଛି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।
ତେବେ ଏହି ଘଟଣାକୁ କିଛି ରାଜନୈତିକ ଦଳର ବ୍ୟକ୍ତିମାନେ ଚାପି ଦେବାକୁ ଉଦ୍ୟମ କରୁଥିବା ବେଳେ ସିମୁଳିଆ ଥାନାର ଆଇଆଇସି ଉଚିତ ନ୍ୟାୟ ଦେବେ ବୋଲି ପିଡିତାଙ୍କ ବାପା ସୂଚନା ଦେଇଛନ୍ତି।
ତେଣୁ ଏଠି ପ୍ରଶ୍ନ ଉଠେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ଵାମୀ କ’ଣ ପାଇଁ ସବୁ ଦିନ ସେହି ବିଦ୍ୟାଳୟକୁ ଯାଉଥିଲେ। ତାଙ୍କ ସେଠାରେ କାମ କଣ ? ପ୍ରଧାନ ଶିକ୍ଷୟିତ୍ରୀ ଜଣଙ୍କ କାହିଁକି ତାଙ୍କ ସ୍ୱାମୀଙ୍କୁ ମନା କରୁ ନଥିଲେ। ଯାହା ପାଇଁ ଆଜି ଏତେ ବଡ଼ ଘଟଣା ଘଟିଗଲା। ଏହି ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ସିମୁଳିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ବାଲେଶ୍ଵର ଜିଲ୍ଲାପାଳ କଣ ପଦକ୍ଷେପ ନେଇଛନ୍ତି ଏବଂ ଅଭିଯୁକ୍ତ ସ୍ୱାମୀ ଉପରେ ପୋଲିସ କଣ ସବୁ ଦଫା ଲଗାଇ କୋର୍ଟ ଚାଲାଣ କରୁଛି ଦେଖିବାକୁ ବାକି ରହିଲା।
SIMULIA NEWS, BIG NEWS, BALESWAR NEWS, ODISHA NEWS
