ବାବା ତାଡକେଶ୍ବର ଯଜ୍ଞ ମହୋତ୍ସବର ରୌପ୍ୟ ଜୟନ୍ତୀ ଉଦଘାଟିତ।

ଖଇରା – ୦୯/୨- ବାଲେଶ୍ୱର ଜିଲ୍ଲାରେ ଥିବା ବାବା ତାଡକେଶ୍ବର ଯଜ୍ଞ ମହୋତ୍ସବର ରୌପ୍ୟ ଜୟନ୍ତୀ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୁବନେତା ତଥା ବିଜେପି ରାଜ୍ୟ ପରିଷଦ ସଦସ୍ୟ ଇଂ. ରାଜେଶ ମୋହାକୁଡ ଯୋଗଦେଇଥିଲେ, ସମ୍ମାନିତ ଅତିଥି ଭାବେ ବିଜେପି ତୁରୀଗଡ଼ିଆ ଜୋନର ମଣ୍ଡଳ ସଭାପତି ମାନସ ମୁଦୁଲି, ମୁଖ୍ୟବକ୍ତା ଭାବେ ସାର୍ଥକ ଟିଭିର ପରିଚାଳନା ମୁଖ୍ୟ ବସନ୍ତ ସାହୁ ଉପସ୍ଥିତଥିଲେ। ମଞ୍ଚର ସଭାପତି ସୁରେନ୍ଦ୍ର ପ୍ରସାଦ ଦଳାଇ ସବାପତିତ୍ବ କରିଥିଲେ ଓ ମୁକ୍ତିକାନ୍ତ ପାଢି ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଇଂ. ରାଜେଶ ମହାକୁଡ ବକ୍ତବ୍ୟରେ କମିଟି ର ଯୁବକ ମନକୁ ସାଧୁବାଦ୍ ଦେବା ସହିତ ଯୁବଶକ୍ତି ଦେଶର ମେରୁଦଣ୍ଡ ସଦୃଶ, ଯୁବ ଶକ୍ତି ବିନା ଦେଶର ପ୍ରଗତି ଅସମ୍ଭବ ବୋଲି କହିଥିଲେ। ଏହାପରେ ସାର୍ଥକ ଟିଭିର ମେଗା ଧାରାବାହିକ ମାୟା ଓ ମମତା, ସିନ୍ଦୂର ଖେଳ ଓ ସୁନୟନା ର ମୁଖ୍ୟ ଚରିତ୍ରର ଅଭିନେତା ଅଭିନେତ୍ରୀ ମନକୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧନା କରିଥିଲେ। ଶେଷରେ କଳାକାର ମାନେ ଧାରାବାହିକର ଡ଼ାଇଲଗ୍ ଦେବା ସହିତ ଡ୍ୟାନ୍ସ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।

Leave a Reply

Your email address will not be published. Required fields are marked *