ବିଜେଡି ଛାଡ଼ିଲେ ବାଲେଶ୍ଵର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା।

ବାଲେଶ୍ଵର: ବିଜେଡି ଛାଡ଼ିଲେ ବିଜୁ ଜନତା ଦଳର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା । ବିଜେଡି ସୁପ୍ରିମୋଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ସେ ଲେଖିଛନ୍ତି । ତାଙ୍କ ସ୍ତ୍ରୀ ଏବେ ବିଜେଡିରୁ ବସ୍ତା ନିର୍ବାଚନ ମଣ୍ତଳୀରେ ବିଧାୟକ ଅଛନ୍ତି । ଦୀର୍ଘ ଦିନ ଧରି ବିଜେଡି ଦଳରେ ଥିଲେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା। ବ୍ୟକ୍ତି ଗତ କାରଣ ନା ଅନ୍ୟ କିଛି କାରଣ ରହିଛି ଯଦିଓ ସ୍ପଷ୍ଟ ହୋଇ ନାହିଁ। ତଥାପି ତାଙ୍କର ବ୍ୟକ୍ତି ଗତ କାରଣ ଥିବାରୁ ଦଳ ଛାଡି ଥିବାର ସେ ଉଲ୍ଲେଖ କରିଛନ୍ତି। ଯାହା ଫଳରେ ବିଜେଡିକୁ ବଡ଼ ଝଟକା ଲାଗିଛି। ଦଳ ଛାଡ଼ିବା ପରେ ରାଜ୍ୟ ରାଜନୀତି ଏବେ ଚର୍ଚ୍ଚା ଜୋର ଧରିଛି। ଯାହା ଚର୍ଚ୍ଚା ହେଉଛି ବିଜେପି ଦଳରେ ସାମିଲ ହୋଇ ପାରନ୍ତି ! କିନ୍ତୁ ତାଙ୍କ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ।

Leave a Reply

Your email address will not be published. Required fields are marked *