ବାଲେଶ୍ଵର: ଆସନ୍ତା କାଲି ବିଜେପି ଦଳରେ ସାମିଲ ହୋଇପାରନ୍ତି ବାଲେଶ୍ଵର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା। ଏଭଳି କିଛି ସୂଚନା ଦେଇଛନ୍ତି ଜଣେ ବିଜୁ ଛାତ୍ର ଜନତା ଦଳର ଆଗ ଧାଡ଼ିର ନେତା। ତାଙ୍କ କହିବା ଅନୁଯାୟୀ ଯେ ବିଜେଡିରେ ଥିବା ବେଳେ ଦଳର ବଡ଼ ନେତା ସେମାନଙ୍କୁ ପଚରା ଯାଉ ନଥିଲା। ଯାହା ଫଳରେ ସେମାନେ କୋଣଠେସା ହୋଇ।ରହୁଥିଲେ। ପୂର୍ବରୁ ଦଳ ଛାଡିବା କଥା କିନ୍ତୁ ବିଳମ୍ବ ହୋଇଛି କିନ୍ତୁ ଆସନ୍ତା କାଲି ବିଜେପିରେ ପୂର୍ବତନ ସାଂସଦ ମିଶି ପାରନ୍ତି। ସେଥିପାଇଁ ଯୋଜନା ପ୍ରସ୍ତୁତ ଚାଲିଛି। ତାଙ୍କ ସହିତ ଅନେକ ବଡ଼ ବଡ଼ ନେତା ଏବଂ ଛାତ୍ର ନେତାମାନେ ଯୋଗ ଦେଇପାରନ୍ତି। ଯାହା ସୂଚନା ରହିଛି ଯେ ଆଜି ବିଜେଡି ଛାଡ଼ିଲେ ବିଜୁ ଜନତା ଦଳର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା । ବିଜେଡି ସୁପ୍ରିମୋଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ସେ ଲେଖିଛନ୍ତି । ତାଙ୍କ ସ୍ତ୍ରୀ ଏବେ ବିଜେଡିରୁ ବସ୍ତା ନିର୍ବାଚନ ମଣ୍ତଳୀରେ ବିଧାୟକ ଅଛନ୍ତି । ବିଜେଡିକୁ ବଡ଼ ଝଟକା।ଲାଗିଛି। ଦଳ ଛାଡ଼ିଲେ ବାଲେଶ୍ୱର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା
Related Posts
ମାନବିକତା ଦେଖାଇଲେ ପୂର୍ବତନ ବିଧାୟକ!
ଖଇରା – ମାନବିକତା ଦେଖାଇଲେ ବିଜେଡିର ପୂର୍ବତନ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। ଦୁର୍ଘଟଣାରେ ଆହତ ହୋଇ ରାସ୍ତାରେ ପଡ଼ିଥିବା ଜଣେ ମହିଳାଙ୍କୁ ନିଜ ଗାଡ଼ିରେ ମେଡିକାଲରେ ଭର୍ତ୍ତି କରିଥିବା ଦେଖିବାକୁ ମିଳିଛି। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ନହଙ୍ଗ ଗ୍ରାମର ତିଳୋତମା ଦାସ ତାଙ୍କ ପୁଅକୁ ଟିଉସନରୁ ଆଣିବାକୁ ଯାଉଥିବା ବେଳେ ନହଙ୍ଗ ତାରିଣୀ ଛକ ନିକଟରେ ଜଣେ ଯୁବକ ପଛପଟୁ ଧକ୍କା ଦେଇଥିଲା ଫଳରେ ମହିଳା ତିଲୋତ୍ତମା ଯନ୍ତ୍ରଣାରେ ରାସ୍ତା କଡ଼ରେ ପଡ଼ିଥିଲେ l […]
ପୋଲିସ ପକ୍ଷରୁ ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତାଙ୍କୁ ପରିଚୟପତ୍ର ବଣ୍ଟନ।
ସିମୁଳିଆ, ( ନୀଳାଦ୍ରୀ ନ୍ୟୁଜ୍) : ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକର ସରକାରୀ ସ୍ଵୀକୃତି ପ୍ରାପ୍ତ ସିମୁଳିଆ ବରିଷ୍ଠ ନାଗରିକ ମଞ୍ଚର ୫୦ ଜଣ କର୍ମକର୍ତ୍ତାଙ୍କୁ ପୋଲିସ ପକ୍ଷରୁ ପରିଚୟ ପତ୍ର ବଣ୍ଟନ କରାଯାଇଛି। ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲାରେ ଅନ୍ୟ କୌଣସି ବ୍ଲକରେ ପରିଚୟପତ୍ର ପୋଲିସ ପକ୍ଷରୁ ମିଳି ନଥିବା ବେଳେ ସିମୁଳିଆ ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଶିବାନନ୍ଦ ପାଢୀଙ୍କ ଉଦ୍ୟମରେ ଏହି ସଫଳତା ସଂଘକୁ ମିଳି ପାରିଛି। ଆଜି ୧୧ଟି […]
ଦେଶୀ ଓ ବିଦେଶୀ ମଦ ସହିତ ମୋଟର ସାଇକେଲ ଜବତ, ୪ ଗିରଫ ।
ଖଇରା/ ସିମୁଳିଆ(ନିଳାଦ୍ରୀ ନ୍ୟୁଜ୍) ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଖଇରା ଥାନା ଅନ୍ତର୍ଗତ ବର୍ତ୍ତନା, ହରିପୁର ଏବଂ ସିମୁଳିଆ ଥାନା ଅନ୍ତର୍ଗତ ଈଶ୍ୱରପୁର ଓ ହାଟୁଆରୀ ଗ୍ରାମରେ ଚଢ଼ାଉ କରାଯାଇ ୧୨୦ ଲିଟର ଦେଶୀ ରନ୍ଧା ମଦ, ୫.୪୦୦ ଲିଟର ବିଦେଶୀ ମଦ ଏବଂ ଗୋଟିଏ ମୋଟର ସାଇକେଲ ଜବତ କରାଯିବା […]
