ଟାଙ୍କି ଅଛି, ହେଲେ ମିଳୁ ନାହିଁ ପାଣି, ଆରଡି ବିଭାଗକୁ ଦୋଷ ଦେଇ ଖସି ଯାଉଛନ୍ତି ଅଧିକାରୀ।

ସିମୁଳିଆ : (ନିଳାଦ୍ରୀ।ସ୍ୱତନ୍ତ୍ର ନ୍ୟୁଜ୍ ) – ପ୍ରତ୍ୟେକ ଘରକୁ ଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ସରକାରଙ୍କ ତରଫରୁ ‘ହର୍‌ଘର୍ ନଲ୍, ହରଘର ଜଲ୍ ଯୋଜନା ମାଧ୍ୟମରେ ବସୁଧା ପାଣିଟାଙ୍କି ନିର୍ମାଣ କରାଯାଇ ପାଣି ଯୋଗାଣ ହେଉଛି। ଏହି ବାବଦକୁ ସରକାରୀ ତହବିଲରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ଅସଲରେ ଲୋକଙ୍କ ପାଖରେ ପାଣି ପହଞ୍ଚୁ ନଥିବା ଅଭିଯୋଗ ଆସିଛି। ଦୀର୍ଘ ଦିନ ଧରି ବସୁଧା ପାଣିଟାଙ୍କି କାର୍ଯ୍ୟ ଚାଲିଥିବା ବେଳେ ଅନେକ ସ୍ଥାନରେ ନିର୍ମାଣ ପରଠାରୁ ଟାଙ୍କିରୁ ପାଣି ଟୋପେ ପ୍ରଦାନ କରାଯାଇନି। ଏହାକୁ ନେଇ ଅଧିକାରୀ ମାନେ ଆର.ଡି ବିଭାଗ ଉପରେ ଦୋଷ ଦେଇ ଖସି ଯାଉଥିବା ଦେଖିବାକୁ ମିଳିଛି।

କିନ୍ତୁ ବାସ୍ତବରେ ଚିତ୍ର ଅଲଗା ଦେଖିବାକୁ ମିଳୁଛି। କେଉଁଠି ଦୁଇ ବର୍ଷ ତ ଆଉ କେଉଁଠି ତିନି ବର୍ଷ ହେବ ଗାଁକୁ ପାଣି ଯାଇ ପାରୁ ନାହିଁ। ହେଲେ ବାବୁ ମାନେ ମିଛ କଥା କହୁଥିବା ଅଭିଯୋଗ ହେଉଛି। ବାଲେଶ୍ଵର ଜିଲ୍ଲା ସିମୁଳିଆର ବିଭିନ୍ନ ଅଞ୍ଚଳରୁ ଏମିତି ଚିତ୍ର ସାମ୍ନାକୁ ଆସିଛି। ସିମୁଳିଆ ବ୍ଲକ୍‌ରେ ଅନେକ ବସୁଧା ପ୍ରକଳ୍ପ ଥିବା ବେଳେ ଏଥିରୁ ଅଧିକାଂଶ ପ୍ରକଳ୍ପ ଅଚଳ ହୋଇ ପଡ଼ିଛି। ଏହା ସହିତ ଗାଁକୁ ଯାଇଥିବା ଟ୍ୟାପ ଭାଙ୍ଗି ଖସି ପଡିଛି। ସିମୁଳିଆ ବ୍ଲକ୍‌ର ସମସ୍ତ ପଞ୍ଚାୟତରେ ବସୁଧା ଯୋଜନା ଝୁଣ୍ଟୁଥିବା ବେଳେ ଲୋକେ ପାଣି ପାଇଁ ଡହଳବିକଳ ହେଉଛନ୍ତି। ଏନେଇ ସିମୁଳିଆ ବ୍ଲକର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ କିଶୋର କୁମାର ବେହେରାଙ୍କୁ ପଚାରିବାରୁ ତାଙ୍କ କହିବା ଅନୁଯାୟୀ ରାସ୍ତା ନିର୍ମାଣ ପାଇଁ ପାଣି ଯୋଗାଇ ହେଉନାହିଁ ବୋଲି କହିଛନ୍ତି।

ଅନ୍ୟପଟେ ଯଦି ରାସ୍ତା ନିର୍ମାଣ ହେଉଛି ତାହା ହେଲେ ସିମୁଳିଆ ବ୍ଲକରେ ୨୨ଗୋଟି ପଂଚାୟତ ରହିଛି। ତାହା ମଧ୍ୟରୁ ଅନେକ ସ୍ଥାନରେ କୌଣସି ରାସ୍ତା ନିର୍ମାଣ କାମ ହେଉ ନାହିଁ। ତାହା ହେଲେ କାହିଁକି ସେହି ଗ୍ରାମକୁ ପାଣି ଯୋଗାଇ ଦିଆଯାଉ ନାହିଁ ବୋଲି ଲୋକ ମାନେ ଅଭିଯୋଗ କରିଛନ୍ତି। ତେବେ ଏଥିପ୍ରତି ବାଲେଶ୍ଵର ଜିଲାପାଳ ଷ୍ଟି ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *