ସିମୁଳିଆ(ନୀଳାଦ୍ରୀ ନ୍ୟୁଜ୍) : ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ କୁଟାରୀ ଗ୍ରାମରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ବାଟୋଇମାନଙ୍କୁ ପଣା ବଣ୍ଟନ କରାଯାଇଛି। ସୂଚନା ଅନୁଯାୟୀ ଗତକାଲି ଅକ୍ଷୟ ତୃତୀୟା ଏବଂ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ କୁଟରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରାମଚନ୍ଦ୍ର ବଳ, ଗୁରୁଜୀ ସନ୍ତୋଷ କୁମାର ପରିଡ଼ା ଏବଂ ଅନ୍ୟାନ୍ୟ ଗୁରୁଜୀ ଓ ଗୁରୁମାମାନେ ଉପସ୍ଥିତ ରହି ରାସ୍ତାରେ ଯାଉଥିବା ବାଟୋଇ ମାନଙ୍କୁ ପଣା ବଣ୍ଟନ କରିଥିଲେ। ଏଭଳି ମହତ୍ତ୍ୱ କାର୍ଯ୍ୟ ପାଇଁ ଗୁରୁଜୀ ଓ ଗୁରୁମାମାନଙ୍କୁ ସ୍ଥାନୀୟ ଲୋକମାନେ ପ୍ରଶଂସା କରିଛନ୍ତି।
