ସୋରୋ – (ନିଳାଦ୍ରୀ ନ୍ୟୁଜ୍) : ବାଲେଶ୍ବର ଜିଲ୍ଲା ସୋର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟସ୍ଥ ଷ୍ଟାର୍ ହୋଟେଲ ସମ୍ମୁଖରେ ଏକ ଓମନି ଗାଡି ରାସ୍ତାପାର୍ଶ୍ଵରେ ଛିଡ଼ା ହୋଇଥିବା ଏକ ରୋଲର୍ ସହିତ ଧକ୍କା ହୋଇଥିଲା। ଯାହା ଫଳରେ ଓମନି ଗାଡ଼ିର ସମ୍ମା ପଟ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେବା ସହିତ ଗାଡ଼ିରେ ଥିବା ୭ ଜଣ ଯାତ୍ରୀ ଆହତ ହୋଇଥିଲେ। ସେଥିମଧ୍ୟରୁ ୨ ଜଣ ଶିଶୁ ଏବଂ ୫ଜଣ ବୟସ୍କ ବ୍ୟକ୍ତି ଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଓମିନି ଗାଡ଼ିଟି ପଶ୍ଚିମବଙ୍ଗରୁ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇ ଥିଲା। ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଗାଡ଼ିକୁ ସୋର ଥାନା ଅଟକ ରଖିଥିବା ସୂଚନା ମିଳିଛି।
