ସିମୁଳିଆ, ( ନୀଳାଦ୍ରୀ ନ୍ୟୁଜ୍) : ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକର ସରକାରୀ ସ୍ଵୀକୃତି ପ୍ରାପ୍ତ ସିମୁଳିଆ ବରିଷ୍ଠ ନାଗରିକ ମଞ୍ଚର ୫୦ ଜଣ କର୍ମକର୍ତ୍ତାଙ୍କୁ ପୋଲିସ ପକ୍ଷରୁ ପରିଚୟ ପତ୍ର ବଣ୍ଟନ କରାଯାଇଛି। ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲାରେ ଅନ୍ୟ କୌଣସି ବ୍ଲକରେ ପରିଚୟପତ୍ର ପୋଲିସ ପକ୍ଷରୁ ମିଳି ନଥିବା ବେଳେ ସିମୁଳିଆ ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଶିବାନନ୍ଦ ପାଢୀଙ୍କ ଉଦ୍ୟମରେ ଏହି ସଫଳତା ସଂଘକୁ ମିଳି ପାରିଛି। ଆଜି ୧୧ଟି ପଞ୍ଚାୟତର ସଭାପତି, ସମ୍ପାଦକ ଏବଂ ବରିଷ୍ଠ କର୍ମକର୍ତ୍ତା ସକାଳ ୯ଘଟିକା ସମୟରେ ସିମୁଳିଆ ଥାନାରେ ପହଞ୍ଚି ଥିଲେ। ସିମୁଳିଆ ଥାନା ଅଧିକାରୀ ଦେବରାଜ ଜେନାଙ୍କ ଅନୁପସ୍ଥିତିରେ ମଞ୍ଚାସୀନ ଅତିଥି ହୋଇଭାବେ ସବ୍ ଇନ୍ସପେକ୍ଟର ବିଶ୍ବମ୍ବର ଚକ୍ରବର୍ତ୍ତୀ, ଏ.ଏସ୍.ଆଇ, ବିଶ୍ୱଜିତ ସେଠୀ ଏବଂ ଖଗେନ୍ଦ୍ର ମହାଳିକ ଉପସ୍ଥିତ ରହିଥିଲେ। ସିମୁଳିଆ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଶ୍ରୀଯୁକ୍ତ ଶ୍ରୀନିବାସ ଧଳଙ୍କ ସଭାପତିତ୍ବରେ ସଭା ଆରମ୍ଭ ହୋଇଥିଲା। ସାଧାରଣ ସମ୍ପାଦକ ଶିବାନନ୍ଦ ପାଢୀ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ପରେ ଅତିଥିଙ୍କୁ କାର୍ଯ୍ୟକାରିଣୀ ସଦସ୍ୟା ଜୟନ୍ତୀରାଣୀ ପାଢ଼ୀ ଉତ୍ତରୀ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପ୍ରଥମେ ସାଧାରଣ ସଂପାଦକ ଶିବାନନ୍ଦ ପାଢୀ ସଂଘର ଦୀର୍ଘ ୭ବର୍ଷର ସଂଘର୍ଷର କାହାଣୀ ସାମ୍ୟକ୍ ସୂଚନା ଦେଇଥିଲେ। ଶେଷରେ ମୁଖ୍ୟଅତିଥି ଶ୍ରୀଯୁକ୍ତ ବିଶ୍ବମ୍ବର ଚକ୍ରବର୍ତ୍ତୀ ସମସ୍ତ ବରିଷ୍ଠ ନାଗରିକଙ୍କୁ ପୋଲିସ ପରିଚୟପତ୍ର ବଣ୍ଟନ କରିଥିଲେ। ଏହି ସମାବେଶରେ କାର୍ଯ୍ୟକାରି ସଭାପତି ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମହାପାତ୍ର, ଉପସଭାପତି ଶ୍ରୀଯୁକ୍ତ ଭାଗିରଥି ବନ୍ଧ, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଅର୍ଜୁନ ଚରଣ ଜେନା,ସହ ସମ୍ପାଦକ ଶ୍ରୀଯୁକ୍ତ ଡମ୍ବରୁଧର ବେହେରା, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ନିଶାକର ବେହେରା, କାର୍ଯ୍ୟକାରିଣୀ ସଦସ୍ୟ କମଳାକାନ୍ତ ଦାଶ, ଗଙ୍ଗା ନାରାୟଣ ପାଣିଗ୍ରାହୀ, ଦୀନକୃଷ୍ଣ ଜେନା, ଜୟନ୍ତୀ ରାଣୀ ପାଢ଼ୀ, ସଭ୍ୟ କହ୍ନେଇ ଚରଣ ନାୟକ, ରବିନ୍ଦ୍ର ଭୋଇ, ଉପଦେଷ୍ଟା ଭରତ ସିଂହ, ଚତୁର୍ଭୁଜ ପାଣିଗ୍ରାହୀ,ଶିବ ପ୍ରସାଦ ପାଢ଼ୀ, ହୃଷୀକେଶ ପଣ୍ଡା, ଇନ୍ଦ୍ରମଣି ବେହେରା, ମହେନ୍ଦ୍ର ନାଥ ମହାପାତ୍ର ତଥା ବ୍ଲକ୍ ସଦସ୍ୟ ରମାକାନ୍ତ ପଣ୍ଡା, ଲକ୍ଷ୍ମୀ ଜେନା, ନାରାୟଣ ପ୍ରସାଦ ସାମଲ, ଦୟାନିଧି ପତ୍ରୀ, ହରେକୃଷ୍ଣ ପଣ୍ଡା,ମନ୍ମଥ ନାଥ ନାୟକ, କୈଳାସ ସାହୁ ଏବଂ କରୁଣାକର ଜେନା ଯୋଗ ଦେଇଥିଲେ। ସଭାପତି ଶ୍ରୀଯୁକ୍ତ ଶ୍ରୀନିବାସ ଧଳ ମଞ୍ଚର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ଦେଇଥିଲେ। ଶେଷରେ ସାଧାରଣ ସଂପାଦକ ଶ୍ରୀଯୁକ୍ତ ଶିବାନନ୍ଦ ପାଢୀ ଆହୁରି ୫୦ଜଣ ବରିଷ୍ଠ ନାଗରିକଙ୍କୁ ପୋଲିସ ପରିଚୟପତ୍ର ବଣ୍ଟନ କରାଯିବ ବୋଲି ସୂଚନା ଦେଇଥିଲେ। କାର୍ଯ୍ୟକାରି ସଭାପତି ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
