ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ।

ଖଇରା- ବାଲେଶ୍ୱର ଅବକାରୀ ଅଧିକ୍ଷକ ଶ୍ରୀ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଓ ନୀଳଗିରି ଅବକାରୀ ନିରୀକ୍ଷକ ଶ୍ରୀ କେଶବ ଚନ୍ଦ୍ର ଦାସ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଖଇରା ଥାନା ଅନ୍ତର୍ଗତ ବଣପାରିଆ ଗ୍ରାମରେ ଚଢ଼ାଉ କରାଯାଇ ୨.୫୦୦ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ଖଇରା ଥାନା ଅନ୍ତର୍ଗତ କୁପାରୀ ଗ୍ରାମର ଦୁଷ୍ମନ୍ତ ନାୟକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୫ହଜାରରୁ ଅଧିକ ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ ନୀଳଗିରି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ମନୋଜ କୁମାର ସାହୁ, ସୋର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଜ୍ଞାପ୍ରିୟା ନାୟକ, ସହ ଉପ-ନିରୀକ୍ଷକ ଦୀପିକା ପରିଡ଼ା, ମାନସ କୁମାର ମିଶ୍ର, ବସନ୍ତ ବାରିକ ଓ କନେଷ୍ଟବଳ ଦେବାଶିଷ ମଲ୍ଲିକ, ତପନ ମଲ୍ଲିକ, ଶଶୀକାନ୍ତ ସାହୁ, ସନ୍ତୋଷ ବେହେରା, ମିନତୀ ପରିଡ଼ା, କାଜଲ ପ୍ରିୟଦର୍ଶିନୀ ପ୍ରମୁଖ ସାମିଲ ଥିଲେ । ଏନେଇ ଖଇରା ଅବକାରୀ ଥାନା ପକ୍ଷରୁ କେସ ନଂ: ୨୭୮/୨୦୨୫-୨୬ ମୂଳେ ମାମଲା ରୁଜ୍ଜୁ କରାଯାଇଛି l

Leave a Reply

Your email address will not be published. Required fields are marked *