ଯୌତୁକ ପାଇଁ କରିଥିଲେ ହତ୍ୟା, ତିନି ଅଭିଯୁକ୍ତଙ୍କୁ ମିଳିଲା ଆଜୀବନ ସଶ୍ରମ କାରାଦଣ୍ଡ।

ସୋର(ନିଳାଦ୍ରୀ ନ୍ୟୁଜ୍) – ଏଡି.ଜେ ବିଚାରପତି ଏକ ଯୌତୁକ ହତ୍ୟା ମାମଲା ଗୁରୁତ୍ୱପୂର୍ଣ ରାୟ, ତିନି ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ରାୟ ଶୁଣାଇଛନ୍ତି l ୨୦୧୦ ମସିହାରେ ଉଲ୍ଲାସ ଖଡ଼ଗପୁର ଗାଁର ଗଙ୍ଗାଧର ବାରିକଙ୍କ ଝିଅ ସ୍ୱପ୍ନାକୁ ସିମୁଳିଆ ଗ୍ରାମର ସନ୍ତୋଷ ବାରିକ ବୈଦିକ ରୀତିରେ ବିବାହ କରିଥିଲେ l ବିବାହ ସମୟରେ କନ୍ୟା ଘର ପକ୍ଷରୁ ସନ୍ତୋଷକୁ ଯୌତୁକ ବାବଦରେ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା l ବିବାହ ପରେ ଅଧିକ ୫୦ ହଜାର ଟଙ୍କା ଦାବି କରି ସ୍ଵାମୀ ସନ୍ତୋଷ ପରିବାର ପକ୍ଷରୁ ସ୍ୱପ୍ନାକୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା l ଗତ ୨୦୧୨ ମସିହା ଜୁନ ସୋର ୩୦ ତାରିଖ ସ୍ୱପ୍ନାଙ୍କ ଶାଶୁ ସଞ୍ଜୁମଣୀ ବାରିକ , ଶଶୁର ବିନୋଦ ବାରିକ, ସ୍ୱାମୀ ସନ୍ତୋଷ ବାରିକ ତାକୁ ବିଷ ଦେଇ ହତ୍ୟା କରିଥିବା ମୃତ ମହିଳାଙ୍କ ବାପା ଗଙ୍ଗାଧର ସୋର ଥାନାରେ ଅଭିଯୋଗ କରିଥିଲେ l ସୋର ପୋଲିସ ଅଭିଯୋଗ ପାଇ କେଶ ନମ୍ବର ୨୮୯/୧୨ ମୂଳେ ମାମଲା ରୁଜୁ କରି ତଦନ୍ତ କରିଥିଲା l ସେହି ମାମଲାରେ ଆଜି ସୋର ଏଡି.ଜେ କୋର୍ଟର ବିଚାରପତି ମିନାକ୍ଷୀ ଦାସ ଉଭୟ ପକ୍ଷରୁ ୧୮ ଜଣ ସାକ୍ଷ ଗ୍ରହଣ କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରି ଦୋଷୀ ସ୍ଵାମୀ ସନ୍ତୋଷ, ଶାଶୁ ସଞ୍ଜୁମଣୀ ଓ ଶଶୁର ବିନୋଦକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି l ବିଚାରପତି ଶ୍ରୀମତୀ ଦାସ ଦଫା ୪୯୮(ଏ) ମୂଳେ ୨ବର୍ଷ କାରାଦଣ୍ଡ ସହିତ ୫ହଜାର ଟଙ୍କା ଜରିମାନା ଏହା ଅନଦାୟ କଲେ ୪ ମାସ ଅଧିକ ଜେଲ ଦଣ୍ଡ, ୪ଡିପି ଆକ୍ଟ ଅନୁସାରେ ସଶ୍ରମ କାରାଦଣ୍ଡ ୨ବର୍ଷ, ୫ ହଜାର ଟଙ୍କା ଜରିମାନା ଅନାଦାୟ କଲେ ୪ମାସ ଅଧିକ ଜେଲ ଦଣ୍ଡ ଓ ୩୦୪ ବି ଯୌତୁକ ଜନିତ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ରାୟ ଶୁଣାଇ ଛନ୍ତି l ସରକାରଙ୍କ ତରଫରୁ କ୍ୟାଡର ଓକିଲ ରତନ କୁମାର ସିଂ, ପ୍ରହଲ୍ଲାଦ ପତି, କାହ୍ନୁ ଚରଣ ବେହେରା ମାମଲା ପରିଚାଳନା କରିଥିଲେ l ରାୟ ପ୍ରକାଶ ପରେ ତିନି ଅଭିଯୁକ୍ତଙ୍କୁ ସୋର ସବ ଜେଲକୁ ପଠା ଯାଇଛି l

Leave a Reply

Your email address will not be published. Required fields are marked *