କେଉଁ ଦିନ ପାଳିବେ ଦୀପାବଳୀ ବା ପୟାଶ୍ରାଦ୍ଧ? କେଉଁ ତାରିଖରେ ଏହାକୁ ପାଳନ କରାଯିବ ତାକୁ ନେଇ ସୃଷ୍ଟି ହୋଇଛି ଦ୍ଵନ୍ଦ? ରାଧାରମଣ ପ୍ରେସ ପଞ୍ଜିକା ବା ମୁକ୍ତି ମଣ୍ଡପ ସ୍ଵୀକୃତ ପଞ୍ଜିକା ଗୁଡିକରେ ଦୀପାବଳି ବା ପୟା ଶ୍ରାଦ୍ଧ ଅକ୍ଟୋବର ୨୦ ତାରିଖ ଉଲ୍ଲେଖ ରହିଥିବା ବେଳେ ଅନ୍ୟ ପଞ୍ଜିକାରେ ୨୧ ତାରିଖ ଉଲ୍ଲେଖ ରହିଛି। ୨୦ ତାରିଖ ଦିନ ୩ ଟା ୪୫ ପର ଠାରୁ ପର ଦିନ ଅର୍ଥାତ୍ ଅକ୍ଟୋବର ୨୧ ତାରିଖ ୫ ଟା ୫୪ ପର୍ଯ୍ୟନ୍ତ ଅମାବାସ୍ୟା ରହିଛି ।ଯେଉଁମାନେ ମହାଳୟା ଅମାବାସ୍ୟାରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେଇପାରନ୍ତି ନାହିଁ। ସେମାନେ ମହାଳୟା ଅମାବାସ୍ୟା ଦିନ ଶ୍ରାଦ୍ଧ ଦେଇଥାନ୍ତି । ଦିନରେ ମହାଳୟା ଶ୍ରାଦ୍ଧ ପରେ ରାତିରେ ଦୀପ ଦାନ କରିଥାନ୍ତି । କିନ୍ତୁ ୨୦ ତାରିଖରେ ଦିନ ତମାମ ଚତୁର୍ଦ୍ଦଶୀ ରହୁଥିବାରୁ କିଭଳି ସେଦିନ ପୟାଶ୍ରାଦ୍ଧ ହେବ ନେଇ ଉଠିଛି ପ୍ରଶ୍ନ ? ତେବେ କିଛି ବରିଷ୍ଠ ଜ୍ୟୋତିର୍ବିଦଙ୍କ କହିବା ଅନୁଯାୟୀ, ୨୦ ତାରିଖ ନୁହେଁ ବରଂ ୨୧ ତାରିଖରେ ପୟା ଶ୍ରାଦ୍ଧ ପାଳନ ହେବ। ୨୦ ତାରିଖ ଦିନ ୩ ଟା ୪୫ ପର ଠାରୁ ପର ଦିନ ଅର୍ଥାତ୍ ଅକ୍ଟୋବର ୨୧ ତାରିଖ ୫ ଟା ୫୪ ପର୍ଯ୍ୟନ୍ତ ଅମାବାସ୍ୟା ରହିଛି।
Related Posts
ଫୁଟବଲ ଖେଳରୁ ଛାତ୍ର ସଂଘର୍ଷ : ନବମ ଶ୍ରେଣୀ ଛାତ୍ର ଗୁରୁତର।
ନୀଳଗିରି: ଖେଳରେ କିକ୍ ମରାକୁ କେନ୍ଦ୍ରକରି ଜଣେ ଛାତ୍ରଙ୍କୁ ସହପାଠୀମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ଆସିଛି। ଏଥିରେ ନବମ ଶ୍ରେଣୀ ଛାତ୍ର ଅଭିରାମ ଦାସ ଗୁରୂତର ହୋଇ ବାଲେଶ୍ୱର ଫକୀର ମୋହନ ମେଡିକାଲ୍ କଲେଜରେ ଭର୍ତ୍ତି ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ନୀଳଗିରି ଥାନା ସନ୍ତରାଗଡିଆ ହାଇସ୍କୁଲରେ । ହାଇସ୍କୁଲ ପରିସରରେ ନବମ ଶ୍ରେଣୀର ଛାତ୍ରମାନେ ୩ ଦିନ ତଳେ ଫୁଟବଲ ଖେଳରେ ହୋଇଥିବା ଫାଉଲ ପାଇଁ ବାରୁଦଖାନା ଗାଁର ଜୟଦେବ ଦାସଙ୍କ […]
ବରିଷ୍ଠ ନାଗରିକ ମଞ୍ଚ ତରଫରୁ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ।
ନୀଳାଦ୍ରୀ ବ୍ୟୁରୋ :: ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକରେ,” ସିମୁଳିଆ ବରିଷ୍ଠ ନାଗରିକ ମଞ୍ଚ, ମାର୍କୋଣାର ୮ମ ବାର୍ଷିକ ଉତ୍ସବ ତଥା ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ମହାସମାରୋହରେ ବ୍ଲକ ସଭା ଗୃହରେ ପାଳିତ ହୋଇଯାଇଛି। ଆଜି ସକାଳେ ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଡ଼ା କ୍ରିଷ୍ଣା ମୁଖାର୍ଜୀ ଓ ଡ଼ା ସୋନାଲି ପତି। ସିମୁଳିଆ ବାର୍ଷିକ ସମାବେଶରେ ଜିଲ୍ଲା ଉପସଭାପତି ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ପ୍ରଧାନ […]
