ଜୁଆ ଆଡ୍ଡାରେ ଚଢାଉ, ୫ ଗିରଫ ଓ ୬ ବାଇକ ଜବତ l

ବାଲେଶ୍ୱର ଜିଲ୍ଲା ଖଇରା ଥାନା ହରିପୁର ପଞ୍ଚାୟତ ଅଧୀନ ଦୋମୁହାଁଣି ସାପ୍ତାହିକ ହାଟରେ ଜୁଆ ଖେଳ ଉପରେ ଖଇରା ପୋଲିସର ଚଢ଼ାଉ। ସୂଚନା ଅନୁଯାୟୀ ନିଳଗିରି ଏସଡିପିଓ ପ୍ରମୋଦ ମଲ୍ଲିକଙ୍କ ନିର୍ଦ୍ଦେଶରେ ଚାଲୁଥିବା ଜୁଆ ଖେଳ ଉପରେ ଖଇରା ପୋଲିସର ଏକ ଟିମ ଜୁଆ ଆଡ୍ଡା ଉପରେ ଚଢାଉ କରି ୫ ଜଣଙ୍କୁ ଗିରଫ କରିଥିବା ବେଳେ ୬ଟି ବାଇକ, ନଗଦ ୧୪ ହଜାର ଟଙ୍କା, ଜୁଆ ଖେଳରେ ବ୍ୟବହୃତ ସରଞ୍ଜାମ ଜବତ କରିଛି । ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ଖଇରା ଥାନା ଦୋମୁହାଁଣି ଗ୍ରାମର ଜଗା ବିଶ୍ଵାଳ, ବାଲିହୁଡି ଗ୍ରାମର ଶରତ ପାତ୍ର ଓ କଳମଚୁଆ ଗ୍ରାମର ଅଭିମନ୍ୟୁ ପାତ୍ର, ଆଗରପଡା ଥାନା ବରହମପୁର ଗ୍ରାମର ନିର୍ମଳ ମଣ୍ଡଳ, ସୋସୋ ଥାନା ମହୁଲପଙ୍ଖା ଗ୍ରାମର ସହଦେବ ମହାନ୍ତି ପୋଲିସ ସୂଚନା ମିଳିଛି। ଉକ୍ତ ଚଢାଉରେ ଖଇରା ଥାନା ଏସଆଇ ତପନ କୁମାର ଜେନା,ଏଏସଆଇ ସଞ୍ଜୀବ ଖଟୁଆଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ । ଏହି ଚଢ଼ାଉ ପରେ ଖଇରା, ଔପଦା ଓ ସିମୁଳିଆ ଅଂଚଳରେ ହେଉଥିବା ଜୁଆ ଖେଲାଳୀଙ୍କ ମଧ୍ୟରେ କକୁଆ ଭୟ ଦେଖା ଦେଇଛି l

Leave a Reply

Your email address will not be published. Required fields are marked *