ନିଳାଦ୍ରୀ ନ୍ୟୁଜ୍ – ପାଣି ସିଙ୍ଗଡ଼ା ବା ପାଣି ଫଳ ବିଷୟରେ ଆପଣ ତ ନିଶ୍ଚିନ୍ତ ରୂପେ ଦେଖିଥିବେ ଓ ଖାଇଥିବେ । କିନ୍ତୁ ଜାଣନ୍ତି କି ଶୀତ ଋତୁରେ ଏହାକୁ ସେବନ କରିବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ |ଶରୀର ପାଇଁ ଲାଭକାରୀ ହୋଇଥାଏ ପାଣି ସିଙ୍ଗଡ଼ା। ଖୁବ କମ୍ ଲୋକ ଜାଣନ୍ତି କି ପାଣି ସିଙ୍ଗଡ଼ା ଖାଇବା ଦେହ ପାଇଁ କେତେ ଭଲ ? ଏହାକୁ କଞ୍ଚା ଚୋବାଇ ବା ସିଝାଇ ଖାଇ ହୁଏ। ଏଥିରେ ଭିଟାମିନ୍-ଏ, ସି, ପ୍ରୋଟିନ୍, ନିକୋଟିନ୍, ଏସିଡ଼, ସାଇଟ୍ରିକ୍ ଏସିଡ୍, ଥାୟାମିନ୍, କାର୍ବୋ ହାଇଡ୍ରେଟ୍ ଓ ଏନର୍ଜି ପ୍ରଚୁର ମାତ୍ରରେ ରହିଥାଏ। ବିଶେଷ ରୂପେ ଥଣ୍ଡା ସମୟରେ ପାଣି ସିଙ୍ଗଡା ଖାଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ। ଗର୍ଭବତୀ ମହିଳାମାନଙ୍କ ପାଇଁ ମଧ୍ୟ ପାଣି ସିଙ୍ଗଡ଼ା ଖୁବ୍ ଉପାଦେୟ।ଭାରତର ଅଧିକାଂଶ ସ୍ଥାନରେ ନବରାତ୍ରି ସମୟରେ ପାଣି ସିଙ୍ଗଡ଼ାକୁ ଖାଦ୍ୟ ରୂପରେ ନେଇଥାନ୍ତି । ସିଙ୍ଗଡ଼ାରେ ପଲିପେନଲ୍ସ ଓ ଫଳବନଏଡ ସମେତ ଆଣ୍ଟି ଅକ୍ସିଓଡେଣ୍ଟ, ଆଣ୍ଟି ବ୍ୟାକ୍ଟେରିୟଲ, ଆଣ୍ଟି କ୍ୟାନ୍ସର, ଆଣ୍ଟି ଫଙ୍ଗାଲ ପରି ତତ୍ତ୍ୱ ମାନ ଭରପୁର ମାତ୍ରାରେ ଥାଏ । ଯାହାକି ଶରୀରକୁ ଅନେକ ରୋଗ ଦାଉରୁ ସୁରକ୍ଷା ଦେଇଥାଏ ।

– ଶ୍ୱାସ ରୋଗୀଙ୍କ ପାଇଁ ପାଣି ସିଙ୍ଗଡ଼ା ଏକ ଔଷଧ ପରି କାମ କରିଥାଏ । ଡାକ୍ତରଙ୍କ କହିବା ଅନୁସାରେ ହିଁ ନିୟମିତ ରୂପେ ଏହାର ସେବନ କରିବା ଉଚିତ ।
– ପେଟ ଜନିତ ସମସ୍ୟା ଥିଲେ ବି ପାଣି ସିଙ୍ଗଡ଼ା ଖୁବ ଉପକାରୀ ହୋଇଥାଏ । ଗ୍ୟାସ, ଏସିଡ଼ିଟି, କୋଷ୍ଠକାଠିନ୍ୟ ପରି ସମସ୍ୟାରୁ ବି ଏହା ମୁକ୍ତି ଦେଇଥାଏ

– ଗଳା ଜନିତ ସମସ୍ୟାରୁ ବି ଏହା ମୁକ୍ତି ଦେଇଥାଏ । ଗଳା ଖସଖସ ହେବା, ଟନ୍ସିଲ ପରି ସମସ୍ୟାକୁ ମୁକ୍ତି ଦେବାରେ ପାଣି ସିଙ୍ଗଡ଼ା ଖୁବ ଲଭଦାୟୀ ହୋଇଥାଏ ।
– ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପାଣି ସିଙ୍ଗଡ଼ାରେ ଭରପୁର ମାତ୍ରାରେ କ୍ୟାଲସିୟମ ଥାଏ । ଯାହା ହାଡ ସମେତ ଦାନ୍ତ ମଜବୁତ କରିବାରେ ମୁଖ୍ୟ ଭୂମିକା ନିଭେଇଥାଏ । ଏହା ସହ ଶାରୀରିକ ଦୁର୍ବଳତାକୁ ମଧ୍ୟ ଦୂର କରେ।
ବିଦ୍ର. – ପାଣି ଫଳ ଖାଇବା ପୂର୍ବରୁ ଆପଣମାନେ ଡାକ୍ତରଙ୍କ ପରାମର୍ଶ ନେଇ ଖାଇବା ଉଚିତ। ଏଥିପାଇଁ ନିଳାଦ୍ରୀ ନ୍ୟୁଜ୍ ଦାବି ରହିବେ ନାହିଁ। କେବଳ ପରିବେଷଣ ନିମନ୍ତେ !
