ନୀଳଗିରି: ଖେଳରେ କିକ୍ ମରାକୁ କେନ୍ଦ୍ରକରି ଜଣେ ଛାତ୍ରଙ୍କୁ ସହପାଠୀମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ଆସିଛି। ଏଥିରେ ନବମ ଶ୍ରେଣୀ ଛାତ୍ର ଅଭିରାମ ଦାସ ଗୁରୂତର ହୋଇ ବାଲେଶ୍ୱର ଫକୀର ମୋହନ ମେଡିକାଲ୍ କଲେଜରେ ଭର୍ତ୍ତି ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ନୀଳଗିରି ଥାନା ସନ୍ତରାଗଡିଆ ହାଇସ୍କୁଲରେ । ହାଇସ୍କୁଲ ପରିସରରେ ନବମ ଶ୍ରେଣୀର ଛାତ୍ରମାନେ ୩ ଦିନ ତଳେ ଫୁଟବଲ ଖେଳରେ ହୋଇଥିବା ଫାଉଲ ପାଇଁ ବାରୁଦଖାନା ଗାଁର ଜୟଦେବ ଦାସଙ୍କ ପୁଅ ଅଭିରାମକୁ ମାରଣାତ୍ମକ ଆକ୍ରମଣ କରିଥିଲେ। ବି ସେକ୍ସନର ୪ରୁ ୫ ଜଣ ଛାତ୍ର ମିଶି ଅଭିରାମଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ପ୍ରଥମେ ସନ୍ତରାଗଡିଆ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯିବା ପରେ ଫକୀରମୋହନ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। ଉକ୍ତ ଛାତ୍ରମାନେ ଅଭିରାମକୁ ଜୀବନରୁ ମାରିଦେବା ପାଇଁ ବ୍ୟାଗରେ ମାରଣାସ୍ତ୍ର ଆଣିଥିବା ମଧ୍ୟ ଅଭିଯୋଗ ହୋଇଛି। ଆକ୍ରମଣ ସମୟରେ ଖେଳ ପଡିଆରେ କାମ କରୁଥିବା ଶ୍ରମିକମାନେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅଭିଭାବକଙ୍କୁ ଜଣାଇବା ପରେ କଥା ପ୍ରଘଟ ହୋଇଥିଲା। ସେପଟେ ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏନେଇ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି।
Related Posts
ଖଇରା ଓ ସିମୁଳିଆରୁ ଦେଶୀ ମଦ ଜବତ, ୪ ଗିରଫ ।
ଖଇରା – ଖଇରା ଅବକାରୀ ବିଭାଗ ପକ୍ଷରୁ ଖଇରା ଏବଂ ସିମୁଳିଆ ଥାନା ଅଞ୍ଚଳରେ ଚଢ଼ାଉ କରି ମଦ ସମେତ ୪ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଖଇରା ଥାନା ଅନ୍ତର୍ଗତ ଗଣ୍ଡିବେଡ଼ ବଜାର ଓ ଡୁଙ୍ଗୁରା ଗ୍ରାମ ଏବଂ ସିମୁଳିଆ ଥାନା ଅନ୍ତର୍ଗତ ନାରାୟଣପୁର […]
ପ୍ରଶାସନ ନାମରେ ଅଭିଯୋଗ ଆଣିଲେ ଗାଁ ଲୋକେ ! ବାଣ ଫୁଟାଇଲା ପ୍ରଶାସନ, ଥରିଲା ୬ଟି ଗାଁ, ଭାଙ୍ଗିଗଲା ଅନେକ ଘର !!
NILADRI NEWS :: ପ୍ରଶାସନର ଖାମଖିଆଲି ନିତି ପାଇଁ ଜବତ ବାଣ ନିଷ୍କ୍ରିୟରେ ବିରାଟ ବିସ୍ଫୋରଣରେ ଛଅ ଗାଁର ଶତାଧିକ ପ୍ରଭାବିତ ହୋଇଥିବା ବେଳେ କିଛି ଲୋକଙ୍କର ଘରଦ୍ୱାର ଭାଙ୍ଗି ଥିବା ନେଇ ଅଭିଯୋଗ ଆସିଛି।ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ତଳନଗର ପଞ୍ଚାୟତ ବେହେରା ସାହିରେ ପୋଲିସ ବେଆଇନ ଜବତ ବାଣ ବିସ୍ଫୋରଣ ବେଳେ ଅଘଟଣ ଘଟି ଛଅ ଗାଁରେ ଶତାଧିକ ପରିବାରର ଛାତ ଖସିବା, କାନ୍ଥ ଫାଟିବା, କାଚ ଝର୍କା ଭାଙ୍ଗି ଯାଇଥିବା ନେଇ ଅଭିଯୋଗ […]
ବିଷ ପିଇ ଜୀବନ ହାରିଲେ ଉଦ୍ୟାନ ବିଭାଗର କାର୍ଯ୍ୟ ନିରୀକ୍ଷକ !
ସିମୁଳିଆ : କାହିଁକି ଆତ୍ମହତ୍ୟା କଲେ ଉଦ୍ୟାନ ବିଭାଗର କାର୍ଯ୍ୟ ନିରୀକ୍ଷକ ? କେଉଁ କାରଣ ପାଇଁ ପିଇ ଦେଲେ ବିଷ। ଅଫିସରେ କିଛି ପ୍ରେସର ନା ପାରିବାରିକ କଳହ। କେଉଁ କାରଣ ପାଇଁ ଜୀବନ ହାରିଲେ ଉଦ୍ୟାନ ବିଭାଗର କାର୍ଯ୍ୟ ନିରୀକ୍ଷକ। ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଉଦ୍ୟାନ ବିଭାଗରେ ଦୀର୍ଘ ଦିନ ଧରି କାର୍ଯ୍ୟ ନିରୀକ୍ଷକ ଭାବେ ଡମ୍ବରୁଧର ନାୟକ କାର୍ଯ୍ୟ କରୁଥିଲେ। ସୂଚନା ଅନୁଯାୟୀ ଗତକାଲି ଭଡ଼ା ଘରେ ଶୋଇଥିବା ଅବସ୍ଥାରେ ବାନ୍ତି […]
