ପ୍ରକଳ୍ପ ସ୍ତରୀୟ ଅଙ୍ଗନବାଡ଼ି କର୍ମୀଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ।

ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକରେ ୩ଦିନ ପ୍ରକଳ୍ପ ସ୍ତରୀୟ ଅଙ୍ଗନବାଡ଼ି କର୍ମୀଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ ଶିବିରରେ ସିଡିପିଓ ଖୁଲଣା ସୁନ୍ଦର ଜେନାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଅଙ୍ଗନଓ୍ବାଡି କର୍ମୀଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର ଆଜି ଉଦଘାଟିତ ହୋଇଯାଇଛି। ଉକ୍ତ ତାଲିମ ଶିବିରରେ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ବାବାଜୀ ମଲିକ ଯୋଗ ଦେଇଥିଲେ। ଏଥିରେ ପ୍ରଶିକ୍ଷିକା ଭାବେ ଶିଳ୍ପା ରାଣୀ ସାହୁ ଯୋଗ ଦେଇ ପୋଷଣ ସମ୍ପର୍କରେ ଶତାଧିକ ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସୁପରଭାଇଜର ବାସନ୍ତିମଣୀ ପଣ୍ଡା, ଶାନ୍ତିଲତା ହଂସଦା, ସୁନିତା ଟୁଡୁ, ତୃପ୍ତିଲତା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *