ସିମୁଳିଆ(ନୀଳାଦ୍ରୀ ନ୍ୟୁଜ୍ ): ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ୍ ଅନ୍ତର୍ଗତ ଅବଜୁଣା ପଞ୍ଚାୟତ କଳସପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ୩ଟି ପରିବାରର ୭ବଖରା ଘର ଜଳି ପୋଡ଼ି ପାଉଁଶ ହୋଇଥିଲା। ଏହି ଖବର ପାଇବା ପରେ ଆପଣ ଏକା ନୁହଁନ୍ତି ଟ୍ରଷ୍ଟ ପକ୍ଷରୁ ଆଜି ଅଗ୍ନିବିପନ୍ନଙ୍କୁ ସହାୟତା ହାତ ବଢାଇଛନ୍ତି। ସୂଚନା ଅନୁଯାୟୀ ରବିନ୍ଦ୍ର ମହାକୁଡ଼, ରମେଶ ମହାକୁଡ଼, ଛବିଲତା ମହାକୁଡ଼, ରଘୁନାଥଙ୍କ ଘରେ ଗତ ୧୭-୦୫-୨୦୨୬ ଦିନ ସକାଳ ସମୟରେ କୌଣସି ଏକ କାରଣରୁ ନିଆଁ ଲାଗି ଯାଇଥିଲା ଫଳରେ ସବୁକିଛି ଜଳିପୋଡ଼ି ଯାଇଥିଲା। ଏହି ଅଗ୍ନିକାଣ୍ଡରେ ପାଖାପାଖି ୩୦ ଲକ୍ଷ ଟଙ୍କାର ସୁନା ଗହଣା, ନଗଦ ଟଙ୍କା ଏବଂ ବିଭିନ୍ନ ଆସବାବପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଥିଲା।

ଏହି ଘଟଣା ସମ୍ପର୍କରେ ସିମୁଳିଆ ଅଞ୍ଚଳର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଆପଣ ଏକା ନୁହଁନ୍ତି ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସଭାପତି ଅଜୟ କୁମାର ମହାନ୍ତି ଏବଂ ସଂଗଠନର ସମ୍ପାଦକ ସୁଶାନ୍ତ କୁମାର ବେହେରା ଜାଣିବା ପରେ ତୁରନ୍ତ ଟ୍ରଷ୍ଟର କୋଷାଧକ୍ଷ ଗୋପମଣି ପଣ୍ଡାଙ୍କ ତତ୍ତ୍ଵାବଧାନରେ ସଦସ୍ୟ-ଅକ୍ଷୟ କୁମାର ମିଶ୍ର, ଭଗବାନ ବାରିକ୍, ରମାକାନ୍ତ ନାୟକ, ଗୌତମ୍ ଶିଅଳ,ବଳରାମ ସାହୁ, ଦୟାନିଧି ବାରିକ୍, ଶିବଶଙ୍କର ନାୟକ, ରବୀନ୍ଦ୍ର, ଚନ୍ଦନ ନାୟକ, ଦାମୋଦର ମହାନ୍ତି, ଅଞ୍ଜନ ପାଢ଼ି, ଉମେଶ ଚନ୍ଦ୍ର ନାୟକ ଅଗ୍ନି ବିପନ୍ନ ଙ୍କ ପାଖରେ ପହଞ୍ଚି କ୍ଷତିଗ୍ରସ୍ତ ତିନୋଟି ପରିବାରଙ୍କୁ ଟ୍ରଷ୍ଟ ପକ୍ଷରୁ ଏକ ମାସର ରାସନ ସମାଗ୍ରୀ ପ୍ରଦାନ କରିଥିଲେ ଏବଂ ଆଗାମୀ ଦିନରେ କିପରି ସମସ୍ତ ସରକାରୀ ସୁବିଧା ପାଇ ପାରିବେ ସେଥିପ୍ରତି ଟ୍ରଷ୍ଟ ପକ୍ଷରୁ ସିମୁଳିଆ ତହସିଲଦାର ଏବଂ ବାଲେଶ୍ଵର ଜିଲ୍ଲାର ଜିଲ୍ଲପାଳଙ୍କୁ ଲିଖିତ ଆକାରରେ ଦାବି ଜଣାଇବେ ବୋଲି ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ସଂଗଠନର ଏଭଳି ମହତ୍ତ୍ୱ କାର୍ଯ୍ୟ ପାଇଁ ବୁଦ୍ଧିଯିବି ମହଲରେ ପ୍ରଶଂସା କରାଯାଉଛି।
