ଦେଶୀ ମଦ ଜବତ, ୩ଜଣ ଗିରଫ ।

ସିମୁଳିଆ : ସିମୁଳିଆ ଥାନା ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଦେଶୀ ମଦ ସମେତ ୩ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହ୍ଲାଦ ସାମଲ ଏବଂ ଅନ୍ୟ ଅଧିକାରୀମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସିମୁଳିଆ ଥାନା ଅନ୍ତର୍ଗତ ଅବଜୁଣା, ବରପଡ଼ିଆ ଛକ ଓ ବଣା ଗ୍ରାମରେ ଚଢ଼ାଉ କରାଯାଇ ୮୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯିବା ସହିତ ଅବଜୁଣା ଗ୍ରାମର ରାମଚନ୍ଦ୍ର ବେହେରା, ବଣା ଗ୍ରାମର ରୁକ୍ମଣୀ ହାଁସଦା ଓ ବିକାଶ ସିଂ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ଖଇରା ଅବକାରୀ ଥାନା ସହ ଉପ-ନିରୀକ୍ଷକ ଦୀପିକା ପରିଡ଼ା ଓ କନେଷ୍ଟବଳ ଦେବାଶିଷ ମଲ୍ଲିକ ପ୍ରମୁଖ ସାମିଲ ଥିଲେ । ଏନେଇ ଖଇରା ଅବକାରୀ ଥାନା ପକ୍ଷରୁ ୦୩ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।

Leave a Reply

Your email address will not be published. Required fields are marked *