ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ସହିତ ବିଅର ଜବତ, ୧୦ ଗିରଫ।

ବାଲେଶ୍ୱର(ନୀଳାଦ୍ରୀ ନ୍ୟୁଜ୍): ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଓ ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ ହରିହର ସିଂ ଓ ନୀଳଗିରି ନିରୀକ୍ଷକ କେଶବ ଚନ୍ଦ୍ର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ ଓ ବାଲେଶ୍ୱର ସଦର-୨ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଭବେଶ ଦାସ, ଏ.ପି.ଆର ଫୋର୍ସ ଓ ଅବକାରୀ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର, ଅନ୍ତରା ବଜାର, ବାଲିଖଣ୍ଡ ବଜାର, ଜାମୁଝାଡି ବଜାର ଏବଂ ସୋର ଥାନା ଅନ୍ତର୍ଗତ ବାଗୁଡ଼ି, ମହୁମୁହାଣ ଓ ଗୁଡ଼ିଖୋଳା ଗ୍ରାମରେ ଚଢ଼ାଉ କରାଯାଇ ୮୫୦ ଲିଟର ଦେଶୀ ମଦ ଓ ୧୭.୨୮୦ ଲିଟର ବିଦେଶୀ ମଦ ଓ ୫୨ ଲିଟର ବିଅର ଜବତ କରାଯିବା ସହିତ ଏଥିରେ ସମ୍ପୃକ୍ତ ମୋଟ ୧୦ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ଆସାମୀ ମାନେ ହେଲେ ଅନ୍ତରା ଗ୍ରାମର କେଶବ ସାହାଣୀ ଓ ଜଗନ୍ନାଥ ପଲେଇ, ମଇତାପୁର ଗ୍ରାମର କମଳାକାନ୍ତ ଶିଅଳ ଓ ଶଙ୍କର୍ଷଣ ଶିଅଳ, ପୁରୁଷୋତ୍ତମପୁର ମନୋରଞ୍ଜନ ନାୟକ, ଜାମୁଝାଡି ଗ୍ରାମର ତପନ କୁମାର ଆରୁଖ, ମହୁମୁହାଣ ଗ୍ରାମର ସୋମନାଥ ମହାନ୍ତି, ଗୁଡ଼ିଖୋଳା ଗ୍ରାମର ଟିଲୁ ଭକ୍ତ, ବାଗୁଡ଼ି ଗ୍ରାମର ଗଙ୍ଗା ସିଂ ଓ ଆଦିକନ୍ଦ ସାହୁଙ୍କ ଠାରୁ ଦେଶୀ, ବିଦେଶୀ ମଦ ଓ ବିଅରର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ସହ ଉପନିରୀକ୍ଷକ ଦୀପିକା ପରିଡ଼ା, କ୍ଷୀରୋଦ ସାହୁ ଓ ଲମ୍ବୋଦର ମହନ୍ତି, କନେଷ୍ଟବଳ ଦେବାଶିଷ ମଲ୍ଲିକ, ସେକ କରିମ, ସୁବୀରକାନ୍ତ ବେହେରା, ପଙ୍କଜ ମହାନ୍ତି, ମିନତୀ ପରିଡ଼ା, ନହା ମୁର୍ମୁ ପ୍ରଭୂତି ଷ୍ଟାଫ୍ ସାମିଲ ଥିଲେ । ଏନେଇ ଭ୍ରାମ୍ୟମାଣ ସ୍କ୍ୱାର୍ଡ, ଖଇରା ଓ ସୋର ଆଦର୍ଶ ଅବକାରୀ ଥାନା ପକ୍ଷରୁ ମୋଟ ୧୦ ଗୋଟି ପୃଥକ ପୃଥକ ମାମଲା ରୁଜ୍ଜୁ କରାଯାଇଛି l

Leave a Reply

Your email address will not be published. Required fields are marked *