ସୋରରେ ପୁଣି ଦୁର୍ଘଟଣା, ଦୁର୍ଘଟଣାରେ ୪ଜଣ ଆହତ, ମେଡ଼ିକାଲରେ ଭର୍ତ୍ତି।

ସୋର – ବାଲେଶ୍ବର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ରେଳ ଓଭରବ୍ରିଜ୍ ସୋର ନିକଟରେ ଏକ ଆଇଚର ଏବଂ ଏକ କାର ମଧ୍ୟରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ କାରଟି ସୋରରୁ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ କାରର ପଛ ପାର୍ଶ୍ୱରେ ଆଇଚର ମଧ୍ୟ ସମାନ ଦିଗରେ ଯାଉଥିବା ବେଳେ କାରର ପଛ ପାର୍ଶ୍ୱରେ ଧକ୍କା ଦେଇଥିଲା। ଦୁର୍ଘଟଣା ଫଳରେ ଆଇଚର ର ସମ୍ମୁଖ ଭାଗ ଏବଂ କାରର ପଛ ପାର୍ଶ୍ୱ କିଛି ପରିମାଣରେ କ୍ଷତିଗ୍ରସ୍ତ ହୋଇଛି l କାରର ୪ ଜଣ ଆହତଙ୍କୁ ସୋର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି l ଘଟଣା ସ୍ଥଳରେ ସୋର ପୋଲିସ ପହଞ୍ଚି ତଦନ୍ତ କରିବା ସହ ଦୁର୍ଘଟଣା ଗ୍ରସ୍ତ ଗାଡ଼ି ଦୁଇଟିକୁ ସୋର ଥାନାକୁ ଆଣିଥିବା ଜଣାପଡ଼ିଛି l ସୋର ପୋଲିସ ରାସ୍ତାରୁ ଜାମ ହଟାଇବା ପରେ ରାଜପଥ ଯାତାୟତ ସ୍ୱାଭାବିକ ହୋଇଛି l

Leave a Reply

Your email address will not be published. Required fields are marked *