ଖଇରା ଓ ସିମୁଳିଆରୁ ଦେଶୀ ମଦ ଜବତ, ୪ ଗିରଫ ।

ଖଇରା – ଖଇରା ଅବକାରୀ ବିଭାଗ ପକ୍ଷରୁ ଖଇରା ଏବଂ ସିମୁଳିଆ ଥାନା ଅଞ୍ଚଳରେ ଚଢ଼ାଉ କରି ମଦ ସମେତ ୪ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଖଇରା ଥାନା ଅନ୍ତର୍ଗତ ଗଣ୍ଡିବେଡ଼ ବଜାର ଓ ଡୁଙ୍ଗୁରା ଗ୍ରାମ ଏବଂ ସିମୁଳିଆ ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମରେ ଚଢ଼ାଉ କରାଯାଇ ୧୧୫ ଲିଟର ଦେଶୀ ରନ୍ଧା ମଦ ଓ ୯.୧୦୦ ଲିଟର ବିଅର ଜବତ କରାଯିବା ସହିତ ଡୁଙ୍ଗୁରା ଗ୍ରାମର କାଳିଆ ସିଂ, ମଥାନୂଆଗାଁ ଗ୍ରାମର ବସନ୍ତ ବେହେରା, ନାରାୟଣପୁର ଗ୍ରାମର ଗଜେନ୍ଦ୍ର ପଣ୍ଡା ଓ ମୁନି ମୁର୍ମୁ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ଖଇରା ଅବକାରୀ ଥାନା ସହ ଉପ-ନିରୀକ୍ଷକ ଦୀପିକା ପରିଡ଼ା ଓ କନେଷ୍ଟବଳ ଦେବାଶିଷ ମଲ୍ଲିକ ପ୍ରଭୃତି ସାମିଲ ଥିଲେ । ଏନେଇ ଖଇରା ଅବକାରୀ ଥାନା ପକ୍ଷରୁ ୪ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।

Leave a Reply

Your email address will not be published. Required fields are marked *