ଦେଶୀ ମଦ ଜବତ, ଦୁଇ ଜଣ ଗିରଫ।

ଖଇରା(ନୀଳାଦ୍ରୀ ନ୍ୟୁଜ୍) : ବାଲେଶ୍ୱର ଜିଲ୍ଲା ଖଇରା ଅବକାରୀ ଥାନା ଅଧୀନରେ ଅବୈଧ ଦେଶୀ ମଦ ବିରୋଧୀ ଅଭିଯାନରେ ବଡ଼ ସଫଳତା ମିଳିଛି। ବାଲେଶ୍ୱର ଅବକାରୀ ଅଧିକ୍ଷକ ଶ୍ରୀ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶରେ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲଙ୍କ ନେତୃତ୍ୱରେ ଏକ ବିଶେଷ ଦଳ ଗଠନ କରାଯାଇଥିଲା। ଏହି ଦଳ ଖଇରା ଥାନା ଅନ୍ତର୍ଗତ ନଟାପଡ଼ା ଓ ସିମୁଳିଆ ଥାନା ଅଧୀନ ମମିନାବାଦ ଗ୍ରାମରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ୬୦ ଲିଟର ଅବୈଧ ଦେଶୀ ରନ୍ଧା ମଦ ଜବତ କରାଯାଇଥିଲା, ଯାହାର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କାରୁ ଅଧିକ ବୋଲି ଅନୁମାନ କରାଯାଉଛି। ଏହି ଘଟଣାରେ ନଟାପଡ଼ା ଗ୍ରାମର ଗଣେଶ ବେହେରା ଓ ମମିନାବାଦ ଗ୍ରାମର ପ୍ରହଲ୍ଲାଦ ମଲ୍ଲିକଙ୍କୁ ଗିରଫ କରାଯାଇଛି। ପରେ ତାଙ୍କୁ କୋର୍ଟକୁ ଚାଲାଣ କରାଯାଇଥିଲା। ଏହି ଅଭିଯାନରେ ଉପ-ନିରୀକ୍ଷକ ଦୀପିକା ପରିଡ଼ା ଓ କନେଷ୍ଟବଳ ଦେବାଶିଷ ମଲ୍ଲିକ ସହିତ ଅନ୍ୟାନ୍ୟ କର୍ମଚାରୀମାନେ ସକ୍ରିୟ ଭାବେ ସହଯୋଗ କରିଥିଲେ।
ଅବକାରୀ ବିଭାଗ ପକ୍ଷରୁ ଏନେଇ ଖଇରା ଅବକାରୀ ଥାନାରେ ୦୨ଟି ମାମଲା ରୁଜୁ କରାଯାଇଛି। ଅବୈଧ ମଦ ବିରୋଧରେ ଏପରି ଅଭିଯାନ ଆଗାମୀ ଦିନରେ ଆହୁରି କଡ଼ାକଡ଼ି କରାଯିବ ବୋଲି ବିଭାଗ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *