ସହଜପଦା ମହୋତ୍ସବ ଅନୁଷ୍ଠିତ।

ସିମୁଳିଆ(ନିଳାଦ୍ରୀ ନ୍ୟୁଜ୍) : ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ସବଙ୍ଗ ପଂଚାୟତ ୫ମ ସହଜପଦା ବଜରଙ୍ଗୀ ମହୋତ୍ସବ ମହାଆଡମ୍ବରରେ ଉଦଘାଟିତ ହୋଇଯାଇଛି। ୩ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବକୁ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଗୌରାଙ୍ଗ ଚନ୍ଦ୍ର ପତ୍ରୀ ଉଦଘାଟନ କରିଥିଲେ। ବଜରଙ୍ଗୀ କମିଟିର ସଭାପତି ମଦନ ମହାକୁଡ଼ଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନୀୟ ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଶୁଭ୍ରାଂଶୁ ଶେଖର ମହାପାତ୍ର, ଶିକ୍ଷକ କୈଳାସ ଚନ୍ଦ୍ର ପାଣିଗ୍ରାହୀ, ମହୋତ୍ସବର ସମ୍ପାଦକ ସୁଶାନ୍ତ କୁମାର ଦାସ ପ୍ରମୁଖ ମହୋତ୍ସବ ଉଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। କମିଟିର ସଦସ୍ୟ ବିକ୍ରମ ବେହେରା ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଗ୍ରାମର କୁନିକୁନି ପ୍ରତିଭା ଓ ବାହାରୁ ଆସିଥିବା କଳାକାରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଗ୍ରାମାଞ୍ଚଳରେ ଏଭଳି ଏକ ମହୋତ୍ସବକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମି ଥିଲା।

Leave a Reply

Your email address will not be published. Required fields are marked *